ads

Breaking News

କରୋନା ଲକ୍ଷଣ ନଥିବା ସଂକ୍ରମିତ ରୋଗୀ ମାନଙ୍କ ଗୃହ ଏକାନ୍ତବାସ ସଂମ୍ପର୍କରେ ଆଲୋଚନା


ପୁରୀ----କରୋନା ଲକ୍ଷଣ ନଥିବା ସଂକ୍ରମିତ ରୋଗୀ ମାନଙ୍କ ଗୃହ ଏକାନ୍ତବାସ ସଂମ୍ପର୍କରେ ନିଳାଦ୍ରି ବେଳାଭୂମିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲକ୍ଷଣ ନଥିବା କରୋନା ସଂକ୍ରମିତ ବ୍ୟକ୍ତି ନିଜ ଘରେ ଏକାନ୍ତବାସ ନିମନ୍ତେ ଅଲଗା ଘର ଓ ଶୌଚାଳୟ ଥିବା ଆବଶ୍ୟକ । ସଂପୃକ୍ତ ବ୍ୟକ୍ତିଙ୍କ ଦେଖାଶୁଣା ଓ ଯତ୍ନ ନେବା ପାଇଁ ଜଣେ ସୁସ୍ଥ ଲୋକ ଘରେ ଥିବା ଆବଶ୍ୟକ । ସଂକ୍ରମିତ ବ୍ୟକ୍ତିଙ୍କର ମଧୁମେହ ଓ କର୍କଟ ଭଳି ଅନ୍ୟରୋଗ ନଥିବ ଏବଂ ସେ ଶିଶୁ କିମ୍ବା ତାଙ୍କୁ ୬୦ ରୁ ଉର୍ଦ୍ଧ୍ବ ବୟସ ନହେବା ଉଚିତ । ଏକାନ୍ତବାସ ନିମନ୍ତେ ସଂପୃକ୍ତ ବ୍ୟକ୍ତି ଲିଖିତ ଭାବେ ଇଛାବ୍ୟକ୍ତ କରିବେ । ଏଭଳି  ରୋଗୀ ଚିହ୍ନଟ ପରେ ଡାକ୍ତରୀ ଦଳ ଘରକୁ ଯାଇ ଗୃହ ଏକାନ୍ତବାସ ପାଇଁ ଥିବା ବ୍ୟବସ୍ଥା ଯାଞ୍ଚ କରିବେ ।  ଏଥିପାଇଁ ସଂପୃକ୍ତ ଓ୍ବାର୍ଡ ନୋଡାଲ ଅଧିକାରୀ ସହଯୋଗ କରିବେ । ସଂକ୍ରମିତ ବ୍ୟକ୍ତିଙ୍କ ଘର ଆଗରେ ନାଲି ରଙ୍ଗ ଷ୍ଟିକର ଲଗାଯିବ । ଏଥିରେ ସବିଶେଷ ତଥ୍ୟ ରହିବ ଓ ସେହି ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟ ଯେପରି ବାହାରେ ବୁଲାବୁଲି ନକରିବାକୁ ନୋଡାଲ ଅଧିକାରୀ ମାନେ ନିଶ୍ଚିତ କରିବେ । ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ସହ ଜରୁରୀ ବେଳେ ଆବଶ୍ୟକୀୟ  ସାମଗ୍ରୀ ଯୋଗାଇ ଦିଆଯିବ । ସଂପୃକ୍ତ ବ୍ୟକ୍ତି ସୁସ୍ଥ୍ୟ ହେବା ଦିନଠାରୁ ଆଉ ଅଧିକ ୭ ଦିନ ଏକାନ୍ତବାସରେ ରହିବେ । ଏଥିପାଇଁ ଏସ୍ଓପି ଜାରି କରାଯାଇଛି । ଅତ୍ୟାବଶ୍ୟକୀୟ ସେବା ଓ ସାମଗ୍ରୀ ଯୋଗାଣ ପାଇଁ ୟୁଥ ଫର ବେଟର ପୁରୀ ଭଳି ସଂସ୍ଥାର ସ୍ବେଚ୍ଛାସେବୀ କାର୍ଯ୍ୟ କରିବେ । 
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ବିନୟ କୁମାର ଦାଶ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ,  ପୌରସଂସ୍ଥା ଉପ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶାନ୍ତନୁ କୁମାର ଦାଶ, ସିଡିଏମ୍ଓ ଡଃ ସୁଜାତା ମିଶ୍ର, ଡଃ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts