ଶବକୁ ମିଳିଲାନି ଚାରି କାନ୍ଧ ଶେଷରେ ଟ୍ରଲିରେ ଶ୍ମଶାନକୁ ବୁହା ହେଲେ
ପୁରୀ----କରୋନା ଭୟରେ ଶବକୁ ମିଳିଲାନି କାନ୍ଧ । ଶେଷରେ ଟ୍ରଲିରେ ବୁହାହେଲା ମୃତଦେହ । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି କୋଣାର୍କର ମାଙ୍କଡ଼ଗୋରଡ଼ି ଗାଁରୁ । ଗାଁର ଜଣେ ୨୭ ବର୍ଷୀୟ ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ଯୁବକ ଜଣକ ଜ୍ୱରରେ ପୀଡ଼ିତ ହୋଇ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକତ୍ସିତ ହେଉଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଲା । ତେବେ କରୋନା ଭୟରେ ଗାଁର ଲୋକମାନେ ଶବକୁ କାନ୍ଧ ଦେଇ ନଥିଲେ । ଶେଷରେ କୋଣାର୍କ ଏନଏସିର ଦୁଇ କର୍ମଚାରୀ ଓ ଦୁଇ ଜଣ ସମ୍ପର୍କୀୟ ପିପିଇ କିଟ୍ ପିନ୍ଧି ଟ୍ରଲିରେ ମୃତଦେହକୁ ଶ୍ମଶାନକୁ ନେଇଥିଲେ ।
ପୁରୀ ରୁ ଜୟନ୍ତ କୁମାର ସେଠୀ



