ଓଡ଼ଗାଁ ବ୍ଲକର ୪ ଗ୍ରାମ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ :ଜାମୁସାହି ମୁକ୍ତ
ଓଡ଼ଗାଁ/କୁରାଳ - ଓଡ଼ଗାଁ ବ୍ଲକ ଅଞ୍ଚଳରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଲକ୍ଷ୍ୟ କରି ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଏଡ଼ାଇବା ପାଇଁ ନୟାଗଡ଼ ଜିଲ୍ଲାପାଳ ପୋମାଟୁଡୁ ନନ୍ଦିଘର ଗ୍ରା.ପର ନନ୍ଦିଘର ଗ୍ରାମ ସମେତ କୁରାଳ ଗ୍ରା.ପର ନାଠିଆପଲ୍ଲୀ ,ରବିଗାଡ଼ିଆ ଗ୍ରା.ପର କୁରୁମବାଙ୍କତରା ଏବଂ ରାବରା ଗ୍ରାମ ପଞ୍ଚାୟତର ରାବରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏହା ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ଓଡ଼ଗାଁ ବ୍ଲକରେ ଆକ୍ରାନ୍ତଙ୍କର ସଂଖ୍ୟା ୩୦୦ ମୁଁହା ହେଉଥିବା ଜଣାପଡିଛି । ଅନ୍ୟପକ୍ଷରେ ନୟାଗଡ଼ ବ୍ଳକର ଖୁଣ୍ଟୁବନ୍ଧ ପଞ୍ଚାୟତର ଜାମୁସାହିକୁ କଣ୍ଟେନମେଣ୍ଟ ଜୋନରୁ ହଟାଇ ଦିଆଯାଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୁଚନା ମିଳିଛି।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ




