ବେଆଇନ କରତ କଳ ବନ୍ଦ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି
ସାକ୍ଷୀଗୋପାଳ-----ପୁରୀ ଜିଲ୍ଲାରେ ବେଆଇନ କରତ କଳ ଚାଲିଛି । ବିଶେଷ କରି କରତ କଳ ଗୁଡିକ ଜାତୀୟ ରାଜପଥ ଠାରୁ ପ୍ରାୟ ୧୦ କିଲୋମିଟର ଦୁରରେ ଗ୍ରାମ ମଧ୍ୟରେ ଚାଲିଛି । ଯାହା ଫଳରେକି ରାସ୍ତା କରରୁ ,ଗ୍ରାମ ଜଙ୍ଗଲରୁ ଗଛ କଟା ଯାଇ ସେଠାରେ ମିଲିଙ୍ଗି କରାଯାଉଛି । ଏହି ମିଲ ଗୁଡିକ ରାତି ୧୨ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଚାଲୁଛି । ସକାଳ ୬ଟା ପରେ ମିଲ ଗୁଡଇକ ବନ୍ଦ କରାଯାଉଛି । ଯାହାକି ମିଲର ମାଲିକ ମାନେ ଜଙ୍ଘଲ ବିଭାଗ ଓ ସ୍ଥାନୀୟ ପୋଲିସକୁ ହାତରେ ରଖି ସମିଲ ଗୁଡିକ ଚାଲୁଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି । ଗୋଟିଏ ପଟେ ଜଙ୍ଗଲ ବିଭାଗ ସବୁଜ ବଳୟ ସୃଷ୍ଟି କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦିନରେ ଚାରା ମାଗଣାରେ ବଣ୍ଟନ କରୁଥିବା ବେଳେ ରାତିରେ ଲୋକ ଲଗାଇ ଜଙ୍ଗଲ କାଟି ନେଇଥିବା ପରିବେଶ ବିତ୍ତି ମାନେ ଅଭିଯୋଗ ଆଣିଛନ୍ତି । ଏପରିକି ସତ୍ୟବାଦୀ ବଜାର ଦେଇ ପ୍ରତିଦିନ କାଠ ବୁହା ହେଉଛି । ଯାହାକି ସତ୍ୟବାଦୀ ଦେଇ କଣାସ, ଡେଲାଙ୍ଗ, ବହ୍ମଗିରି, ପୁରୀ ସଦର, ବଳଙ୍ଗା, ନିମାପଡା ଆଦି ଅଞ୍ଚଳକୁ ଗମନା ଗମନର ସୁବିଧା ରହିଛି । କାଠ ବେପାରୀ ମାନେ ଗୋଟିଏ ସମିଲରେ କାଠ କାଟୁନାହାନ୍ତି । ସେମାନେ ବିଭିନ୍ନ ମିଲରେ କାଠ ଗଦାଇ ରଖିଛନ୍ତି । ସୁବିଧା ସୁଯୋଗ ଦେଖି କାଠ ମିଲିଙ୍ଗି କରୁଥିବା ଜଣାପଡିଛି । ଅନ୍ୟ ପକ୍ଷେ ସମିଲ ମାଲିକ ମାନେ ଫୋନ ଯୋଗେ ଅଧିକାରୀଙ୍କ ଠାରୁ ନିର୍ଦ୍ଦେଶ ପାଇବା ମାତ୍ରେ ରାତି ଅଧିରେ କାଠ ମିଲିଙ୍ଗି କରୁଛନ୍ତି । ପୁରୀ ଜିଲ୍ଲାରେ କୁଟିର ଶିଳ୍ପ ଭାବେ ଏବେ ସମିଲ ଖୋଲିଥିବା ପରିବେଷ ବିତ୍ତି ମାନେ ଅଭିଯୋଗ ଆଣିଛନ୍ତି । ରାଜ୍ୟ ସରକାର ସମସ୍ତ ସମିଲ ବନ୍ଦ କରିଥିବା ବେଳେ କେତେକ ଲାଞ୍ଚୁଆ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଯୋଗୁ ସତ୍ୟବାଦୀ, ପୁରୀ ସଦର, କଣାସ, ଡେଲାଙ୍ଗ ଆଦି ଅଞ୍ଚଳରରେ ସମିଲ ଗୁଡିକ ଚାଲୁଛି । ପୁରୀ ଜିଲ୍ଲାପାଳ ତୁରନ୍ତ ଏହି ଚୋରା ସମିଲ ଗୁଡିକ ଉପରେ ରୋକ ଲଗାଇବା ପାଇଁ ପରିବେଶ ବିତ୍ତି ମାନେ ନିବେଦନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


