ads

Breaking News

ପୁରୀ ନିମାପଡା ସମ୍ମଳୀତ ସମବାୟ ବ୍ୟାଙ୍କ ଆଗରେ ଲୋକଙ୍କର ଗହଳି

 ସାକ୍ଷୀଗୋପାଳ---- ପୁରୀ ନିମାପଡା ସମ୍ମଳୀତ ସମବାୟ ସମିତି ବ୍ୟାଙ୍କ ସତ୍ୟବାଦୀ ଶାଖାରେ ଆଜି ଲୋକ ମାନଙ୍କର ଗହଳି ଦେଖିବାକୁ ମିଳିଥିଲା । ଏପରିକି ଯେପରିକି ସତ୍ୟବାଦୀରେ କରୋନା ଛୁଇଁନାହିଁ । ହଜାର ହଜାର ଲୋକ ମାନେ ଟଙ୍କା ଉଠାଣ ଓ ଡିପୋଜିଟ କରିବା ପାଇଁ ରୁଣ୍ଡ ହୋଇଥିବାର ଦେଖାଯାଇଥିଲା । ସତରେ ଯେପରି ଏହି ହିତାଧିକାରୀ ମାନେ କରୋନା ସମ୍ପର୍କରେ କିଛି ଜାଣି ନାହାନ୍ତି । ସମସ୍ତେ ଆଗ ବ୍ୟାଙ୍କ ମଧ୍ୟକୁ ଯିବା ପାଇଁ  ଗୋଟିଲ ଯାଗାରେ ରୁଣ୍ଡ ହୋଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନକୁ ଏମାନେ ଫୁ କରି ଦେଇଛନ୍ତି । ସତ୍ୟବାଦୀରେ ପ୍ରତିଦିନ କରୋନା ପଜେଟିଭି ସଂଖ୍ୟା ବଡିବାରେ ଲାଗିଥିଲେ ମଧ୍ୟ କେହି ସାମାଜିକ ଦୁରତା  ମାନୁ ନାହାନ୍ତି କି ମୁହଁରେ ମାକ୍ସ ବ୍ୟବହାର କରୁ ନଥିବା ଜଣାପଡିଛି । ଲୋକମାନେ ବ୍ୟାଙ୍କ ଆଗରେ ରୁଣ୍ଡ ହୋଇ ଖରାରୁ ରକ୍ଷା ପାଇବା ପାଇଁ ହୋ ହଲ୍ଲା କରୁଥିବା ଜଣାପଡିଥିଲା । ତୁରନ୍ତ ପୁରୀ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts