ସତ୍ୟବାଦୀରେ ୩ଜଣ କରୋନା ପଜେଟିଭି
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅଞ୍ଚଳରେ ଏବେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ସତ୍ୟବାଦୀ ବ୍ଳକରେ ରବିବାର ୩ ଜଣ କରୋନା ପଜେଟିଭି ଚିହ୍ନଟ ହୋଇଥିବା ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ସୁଚନା ଯୋଗ୍ୟ ଯେ ଏହି ୩ ଜଣଙ୍କ ମଧ୍ୟରୁ ଅଳଗୁମ ଗ୍ରାମ ପଞ୍ଚାୟତର ସଂଗରୋଧ ଗୃହରୁ ଜଣେ ହୋଇଥିବା ବେଳେ ବୀରରାମଚନ୍ଦ୍ରପୁର ଗ୍ରାମର ଜଣେ ପୁରୁଷ କରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷେ ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତର ବନପୁର ଗ୍ରାମର ୫ ବର୍ଷର ଶିଶୁ କରୋନା ପଜେଟିଭି ଚିହ୍ନଟ ହୋଇଛି । ଏମାନେ ସମସ୍ତଙ୍କ କୋଭିଡ-୧୯ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଛି । ବୀରରାମଚନ୍ଦ୍ରପୁର ଓ ବନପୁର ଗ୍ରାମକୁ ସଟଡାଉନ କରାଯିବ । ଏହି ଦୁଇ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଆବଶ୍ୟକ ସ୍ଥଳେ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



