ମାଟିତଳୁ ଫୁଟି ବାହାରିଲା ଶିବଲିଙ୍ଗ ଏବଂ ମିଳିଲା ପିତଳ ନାଗସାପ ମୂର୍ତ୍ତି
ଧରାକୋଟ----- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଧରାକୋଟ ପଞ୍ଚାୟତର ଯାନିବିଲି ଗ୍ରାମର ଆନିକଟ ପ୍ଲାନେଟ ହାଉସ ନିକଟସ୍ଥ ପାହାଡ଼ ଉପରେ ମାଟିତଳୁ ଏକ ଶିବଲିଙ୍ଗ ଫୁଟି ବାହାରି ଥିବା ଲୋକମାନେ କହନ୍ତି । ସେହିପରି ପାହାଡ଼ ନିକଟରେ ଥିବା ଗୋଟେ ବେଳ ଗଛ ପାଖରୁ ପିତଳ ନାଗସାପର ମୂର୍ତ୍ତି ମିଳିଛି । ଏହା ପରେ ଗ୍ରାମରେ ଏକପ୍ରକାର ଭକ୍ତିର ମହଲ ଦେଖିବାକୁ ମିଳିଛି । ସୂଚନା ଅନୁଯାଇ ପ୍ରଥମେ ଗ୍ରାମର ଚାରି ଜଣ ପିଲା ଛତୁ ତୋଳିବା ପାଇଁ ସେଇ ପାହାଡ଼ ଉପରକୁ ଯାଇ ଥିଲେ । ସେଠାରେ ଛତୁ ତୋଳିବା ସମୟରେ ହଟାତ ତାଙ୍କର ନଜର ପଡିଥିଲା ଗୋଟେ ବେଳ ଗଛ ଉପରେ । ବେଳ ଗଛମୂଳରେ ଚକ ଚକ କରୁଥିବା ପିତଳ ନାଗସାପ ମୂର୍ତ୍ତିର କିଛି ଅଂଶ ଦେଖିବାକୁ ପାଇଥିଲେ । ତାପରେ ସେମାନେ ସେଇ କଥା ଗ୍ରାମର କିଛି ବୟସ୍କ ଲୋକକୁ ଜଣାଇଥିଲେ । ଗ୍ରାମର କିଛି ଲୋକ ଯାଇ ସେଠାରେ ଅନୁସନ୍ଧାନ କରି ମାଟିତଳେ ଶିବଲିଙ୍ଗ ସହ ଏକ ପିତଳ ନାଗସାପର ମୂର୍ତ୍ତି ଦେଖିବାକୁ ପାଇଁ ଥିଲେ। ଏଭଳି ଏକ କରୋନା ମହାମାରୀର ବିପଦର ଘଡିସନ୍ଧି ମୁହୂର୍ତ୍ତ ରେ ମାଟିତଳୁ ଭଗବାନ ଶିବଙ୍କ ପ୍ରତୀକ ଶିବଲିଙ୍ଗ ଓ ପିତଳ ସର୍ପ ମିଳିବାକୁ ଭଗବାନଙ୍କ ଚମତ୍କାର ବୋଲି ବିଶ୍ୱାସ କରୁଛନ୍ତି ସ୍ଥାନୀୟ ଲୋକମାନେ। ସେଠାରେ ପୂଜା ଅର୍ଚ୍ଚନା କରିବା ସହ ଆଗାମୀ ସମୟରେ ସେଠାରେ ଭଗବାନ ଶିବଙ୍କ ମନ୍ଦିର ନିର୍ମାଣ ପାଇଁ ଆଶା ରଖିଛନ୍ତି । ସେଠାରେ ଆବିର୍ଭାବ ଶିବଲିଙ୍ଗ କୁ ସକଳେଶ୍ୱର ବା ବେଲଶ୍ଵର ନାମରେ ମଧ୍ୟ ନାମିତ କରିଛନ୍ତି । ଧରାକୋଟ ରୁ କାଳୁ ଚରଣ ମହାପାତ୍ର



