ବାହ୍ମଣପଡାରେ କରୋନା ସଚେତନତା
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ବାହ୍ମଣପଡା ଗ୍ରାମରେ ଗ୍ରାମ ସ୍ତରୀୟ କୋଭିଡ ପରିଚାଳନା କମିଟି ପକ୍ଷରୁ ସଚେତନତା କରାଯାଇଛି । ଅଙ୍ଗନୱାଡି କର୍ମୀ ରଶ୍ମିମାଳା ମହାପାତ୍ର, ଆଶା ଦିଦି ଜୟନ୍ତୀ ମହାପାତ୍ର, ଅଙ୍ଗନୱାଡି କର୍ମୀ ସହାୟିକା ମନୋରମା ପ୍ରଧାନ ଓ ଗାଁ କଲ୍ୟାଣ ସମିତିର ସଭାନେତ୍ରୀ ନିଆସି ସାହୁ ଙ୍କ ସହିତ ଅନ୍ୟ ସଦସ୍ୟ ମଦନ ମୋହନ ଭଟ୍ଟ, ଦୁଶାସନ ଜେନା, ସୁଦର୍ଶନ ମହାପାତ୍ର ଯୋଗ ଦେଇଥିଲେ । ସେହିପରି ମାତୃ କମିଟିର ସଦସ୍ୟା ରଶ୍ମି ମହାପାତ୍ର ,ବନିତା ଗୁରୁ ଓ ମହିଳା ଗୋଷ୍ଠୀ ମଞ୍ଜୁ ସେଠୀ, ସୁଜତା ମହାପାତ୍ର, ବିଜୟା ମହାପାତ୍ର ପ୍ରମୁଖ ହାତରେ ବିଭିନ୍ନ ପ୍ଳାକଡ ଧରି ବାହ୍ମଣପଡା, ଲାଣ୍ଡୁପଡା, ଗୁରୁସାହି, ନାୟକସାହି ଗ୍ରାମରେ ମହିଳା ପୁରୁଷ ମାନଙ୍କୁ ମହାମାରୀ କରୋନା ସମ୍ପର୍କରେ ସଚେତନତା କରାଇଥିଲେ । ବିଶେଷ କରି କିପରି ହାତ ଧୋଇବ, ମୁହଁରେ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକ ନ ଥିଲେ ଘରୁ ବାହାରକୁ ବାହାରିବା ନାହିଁ , ଛେପ ବାହାରେ ପକାଇବା ନାହିଁ, ନିଜେ ସ୍ୱଚ୍ଛତା ରହିବା ଆଦି ସମ୍ପର୍କରେ ଗ୍ରାମ ବାସୀଙ୍କୁ ସଚେତନତା କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି





