ବାଲୁକା କଳା ମାଧ୍ୟମରେ ପ୍ଲାଜ୍ମା ଦାନ କରିବା ପାଇଁ ଆହ୍ୱାନ
ପୁରୀ-- କରୋନା ରୋଗ ରୁ ସୁସ୍ଥ ହୋଇ ଥିବା ବ୍ୟକ୍ତି ଏବେ ଗୁରୁତର ରୋଗୀ ଙ୍କ ପାଇଁ ଏବେ ବରଦାନ ପାଲଟିଛନ୍ତି। କରୋନା ରୁ ସୁସ୍ଥ ବ୍ୟକ୍ତି ଙ୍କ ପ୍ଲାଜ୍ମା ରୁ ଅନେକ ଗୁରୁତର ରୋଗୀ ଭଲ ହୋଇ ପାରୁଛନ୍ତି। ଏହା ଦ୍ୱାରା ଅନେକ ଗୁରୁତର ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି। ଏଣୁ ଅଧିକ ରୁ ଅଧିକ ପ୍ଲାଜ୍ମା ଦାନ ନିମନ୍ତେ ରାଜ୍ୟ ସରକାର ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ଲାଜ୍ମା ବ୍ୟାଙ୍କ ଖୋଲା ଯାଇଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ରୁ ପ୍ଲାଜ୍ମା ଯେତିକି ସଂଗ୍ରହ ହେବା କଥା ସେତିକି ହୋଇ ପାରୁ ନାହିଁ। ଯାହାକି ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି । ତେବେ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିଛନ୍ତି । ପୁରୀ ବେଳାଭୂମି ରେ ଏକ ବାଲୁକାକଳା ଏ ନେଇ କରିଥିବା ବେଳେ କରୋନା ରୁ ସୁସ୍ଥ ସମସ୍ତ ଲୋକ ପ୍ଲାଜ୍ମା ଦାନ କରିବା ପାଇଁ ଆଗେଇ ଅସିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହା ଦ୍ୱାରା ଅନେକ ନିରୀହ ଲୋକ ଙ୍କ ଜୀବନ ରକ୍ଷା ହୋଇପାରିବ ।
ପୁରୀ ରୁ ଜୟନ୍ତ କୁମାର ସେଠୀ



