କେଳୁଣୀ ମୁହାଣ ଖନନ ପରେ ଜଳ ବନ୍ଦୀରେ ଥୁବା ୫ଟି ଗାଁ ଲୋକଙ୍କ ଚାଷ ଜମି ଜଳମଗ୍ନ
ପୁରୀ----- ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର କାଦୁଆ , ପ୍ରାଚୀ ଓ ଦେବୀ ନଦୀ ର ଜଳ ସମୁଦ୍ରକୁ ନିଷ୍କାସିତ ହେଉଥିବା ଅସ୍ତରଙ୍ଗର କେଳୁଣୀ ମୁହାଣ ବନ୍ଦ ଯୋଗୁଁ ବର୍ଷାଜଳ ନିଷ୍କାସିତ ହୋଇ ନପାରି କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଠି ହୋଇଥିଲା । ଅସ୍ତରଙ୍ଗ ବ୍ଲକ ଶିଶୁଆ ପଞ୍ଚାୟତର ୫ ଟି ଗାଁର ଶତାଧିକ ଲୋକେ ତିନି ଦିନ ଧରି ଜଳ ବନ୍ଦୀରେ ରହିବା ସହ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଇଥିଲା ।
ଶିଶୁଅ ପଞ୍ଚାୟତ ର ଛେନୁ , ତଣ୍ଡାହର, ଉଦୟକଣି, କଟକଣା , କଳମକଣି ଆଦି ପାଞ୍ଚୋଟି ଗାଁ ଲୋକେ ନାହିଁ ନଥିବା ଦୁର୍ଦଶାର ସମ୍ମୁଖୀନ ହୋଇଥିଲେ । କାକଟପୁର କୋଣାର୍କ ଯିବା ପାଇଁ ଘରୁ ବାହାରି ପାରୁ ନଥିଲେ।ଏ ନେଇ ଗତକାଲି ଖବର ପ୍ରସାରଣ ପରେ ଘଟଣା ସ୍ଥଳରେ ଡ୍ରେନେଜ ବିଭାଗର ଏସ ଡି ଓ, ଓ କନିଷ୍ଠ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗ ପକ୍ଷରୁ ମୁହାଣ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ସକାଳୁ ମୁହାଣ ଫିଟିବା ମାତ୍ରେ ଜଳ ନିଷ୍କାସନ ଆରମ୍ଭ ହୋଇଛି ।ତେବେ ପ୍ରତି ବର୍ଷ ମୁହାଣ ପୋତି ହୋଇଯିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକେ ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବିଧିବଦ୍ଧ ସବୁଦିନ ପାଇଁ ବ୍ୟବସ୍ଥା କରିବାକୁ ଦାବି କରି ଆସୁଥିଲେ ମଧ୍ୟ ସରକାରୀ ବାବୁମାନେ କାହିଁକି ଦୃଷ୍ଟି ଆକର୍ଷଣ କରୁ ନାହାଁନ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବର୍ତ୍ତମାନ ଗାଁ ଲୋକେ ମୁହାଣ ଖୋଲିବା ପରେ ପଞ୍ଚାୟତ ବାସି ଖୁସି ବ୍ୟକ୍ତ କରିଛନ୍ତି।
ପୁରୀ ରୁ ଜୟନ୍ତ କୁମାର ସେଠୀ





