ads

Breaking News

୮୦କେଜି ଭାଙ୍ଗ ଜବତ ସହିତ ଜଣେ ଗିରଫ


 ପୁରୀ- ପୁରୀ ଜିଲ୍ଲାରେ ଦିନ କୁ ଦିନ ବେଆଇନ ନିଶା କାରବାର ବଢ଼ିବାରେ ଲାଗିଛି। ତେବେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ଜଣେ ବେଆଇନ ଭାବେ ଭାଙ୍ଗ ବ୍ୟବସାୟ କରୁଥିବା ଜଣାପଡିବା ପରେ ଚନ୍ଦନ ପୁର ଅଞ୍ଚଳର ସଦାଶିବ ସାହୁ  ଙ୍କ ଘର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଥିଲା। ଚଢ଼ାଉ କରାଯାଇ ୮୦ କେଜି ଭାଙ୍ଗ ଜବତ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ କେଉଁଠୁ ଏହି ସବୁ ଆଣି ବ୍ୟବସାୟ କରୁଥିଲେ ଓ ଆଉ କାହାର ଏଥିରେ ହାତ ଅଛି ପୁରୀ ଜିଲ୍ଲା ଅବକରି ବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ଅନ୍ୟପଟେ ବେଆଇନ ନିଶା କାରବାର ଅଭିଯୋଗ ରେ ଅଭିଯୁକ୍ତ ସଦାଶିବ ସାହୁ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts