କୃଷି କ୍ଷେତ୍ରରେ କମ୍ପାନୀକରଣ ନୀତିକୁ ବିରୋଧ ପ୍ରତିବାଦରେ ଜୟକିଷାନ ପକ୍ଷରୁ ଆନ୍ଦୋଳନ
ବରଗଡ଼---- କେନ୍ଦ୍ର ସରକାର ଗତ ଜୁନ ୫ତାରିଖ ଦିନ ୩ଟି ଅଧ୍ୟାଦେଶ ଜାରି କରିଛନ୍ତି।ଅଧ୍ୟାଦେଶ ଗୁଡିକ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ପାଇସାରିଛି। କେନ୍ଦ୍ର ସରକାରଙ୍କ ଏହି ନୂତନ ଅଧ୍ୟାଦେଶ ଆଣିବାର ଉଦ୍ଦେଶ୍ୟ ରହିଛି କୃଷି ଓ କୃଷକ ମାନଙ୍କର ଆର୍ଥିକ ସଶକ୍ତିକରଣ।ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଦାବି କରିଛି ଯେ,ଏହି ନୂତନ ଆଇନ ଯୋଗୁଁ ଦେଶର ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିବ।କୃଷିଜାତ ଦ୍ରବ୍ୟର ବିକ୍ରିବଟାରେ ବଡ଼ବଡ଼ ଘରୋଇ କମ୍ପାନୀ ଗୁଡିକ ଭାଗ ନେଲେ କୃଷକ ମାନେ ଶୋଷଣର ଶିକାର ହେବେ । ଦେଶରେ ଖାଦ୍ୟ ସୁରକ୍ଷା ବିପନ୍ନ ହେବ। ଚାଷ ଜମି ବଡ଼ବଡ଼ କମ୍ପାନୀ ମାନଙ୍କ ହାତକୁ ଚାଲିଯିବ। ଖାଉଟି ମାନେ ମଧ୍ୟ ଶୋଷଣର ଶିକାର ହେବେ।ଏହି ଆଇନ ଯୋଗୁଁ ଦେଶରେ କୃଷକ ମାନଙ୍କ ମଧ୍ୟରେ ଆଶଙ୍କା ଓ ଆନ୍ଦୋଳନ ଦାନା ବାନ୍ଧିଲାଣି। ତେଣୁ ଆଜି ପୂର୍ବାହ୍ନ ୧୧ଟାରେ ବରଗଡ଼ ଗାନ୍ଧୀ ଛଳ ଠାରେ ଜୟ କିଷାନ ଆନ୍ଦୋଳନ ବରଗଡ଼ ଶାଖା ତରଫରୁ ଏକ ପ୍ରତୀକାତ୍ମକ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଛି।
ବରଗଡ଼ରୁ ନବୀନ ଦାଶ ରିପୋର୍ଟ





