ଓଡ଼ଗାଁ ହିନ୍ଦୁ ସେନା" ତରଫରୁ ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଶିଳାନ୍ୟାସ ଉତ୍ସବକୁ ଭବ୍ୟ ସ୍ୱାଗତ
ଓଡ଼ଗାଁ/କୁରାଳ- ଅଯୋଧ୍ୟାଠାରେ ଶ୍ରୀରାମଙ୍କ ମନ୍ଦିରର ଭୂମି ପୂଜା ଏବଂ ଶିଳାନ୍ୟାସ ଉତ୍ସବ ଅବସରରେ ସାରା ଦେଶ ଆଜି ଉତ୍ସଵମୁଖର ହୋଇଛି । ସମସ୍ତ ହିନ୍ଦୁ ପ୍ରେମୀ ମାନଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ତଥା ଜୋଶ ଦେଖିବାକୁ ମିଳିଅଛି ।
ଓଡ଼ଗାଁ ହିନ୍ଦୁସେନା ତରଫରୁ ଆଜି ସକାଳ ୮ଘଟିକା ସମୟରେ ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଭୂମିପୂଜା ଏବଂ ଶିଳାନ୍ୟାସ ଉତ୍ସବକୁ ଭବ୍ୟ ସ୍ୱାଗତ କରାଯାଇଥିଲା ।" ଜୟ ଶ୍ରୀ ରାମ ନାରାରେ"ସମଗ୍ର ନଗର ପରିବେଶ ପ୍ରକମ୍ପିତ ହେବା ସହ ଏକ ଭକ୍ତିମୟ ବାତାବରଣ ସୃଷ୍ଟି ହୋଇଥିଲା ।ସେନା ତରଫରୁ ଓଡ଼ଗାଁ ରଘୁନାଥ ମନ୍ଦିର ଠାରୁ ଏକ ଯାତ୍ରା ବାହାରି ନଗର ପରିକ୍ରମା କରିବା ସଙ୍ଗେସଙ୍ଗେ ପ୍ରତ୍ୟେକଙ୍କୁ ସନ୍ଧ୍ୟା ସମୟରେ ଦୀପ ପ୍ରଜ୍ବଳନ ନିମନ୍ତେ ଅନୁରୋଧ ମଧ୍ୟ କରାଯାଇଥିଲା। ଆଜିର ଏହି ପୁଣ୍ୟ କାର୍ଯ୍ୟକ୍ରମରେ ହିନ୍ଦୁ ସେନାର ମୁଖ୍ୟ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ପ୍ରକାଶ କୁମାର ଦାସ ,ବିରେନ୍ଦ୍ର କୁମାର ନନ୍ଦ ,ପ୍ରତାପ କୁମାର ଦାସ, ରବୀନ୍ଦ୍ର କୁମାର ପଣ୍ଡା ଏବଂ ଜୟକୃଷ୍ଣ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଏକ ଦିବ୍ୟ ପରିବେଶ ସମେତ ଏକ ଭକ୍ତିପୂତ ବାତାବରଣ ସୃଷ୍ଟି କରିବାରେ ସହଯୋଗ କରିଥିଲେ ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ




