ଅଟୋ ଚାଳକଙ୍କର ଅକାଳ ମୃତ୍ୟୁ
ଓଡ଼ଗାଁ/କୁରାଳ-ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଭାଡିକିଳା ଗ୍ରାମ ନୂଆସାହିର ଡାଲା ଅଟୋ ଚାଳକ ସୁଧୀର କୁମାର ପ୍ରଧାନଙ୍କର (୪୪) ଆଜି ସକାଳ ୮ ଘଟିକା ସମୟରେ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ ଅଟୋ ଚାଳନା କରି ଯାଉଥିବା ସମୟରେ ଗ୍ରାମ ଠାରୁ ୧ କି.ମି ବ୍ୟବଧାନ ବାଉଁଶଗାଡ଼ିଆ ଛକଠାରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭଵ କରିଥିଲେ । ଷ୍ଟାର୍ଟ ଅପରେ ଅଟୋଟିକୁ ରଖିଥିବା ସମୟରେ ଷ୍ଟିଅରିଂ ଉପରେ ହିଁ ଚେତାଶୂନ୍ୟ ହୋଇପଡିଥିଲେ ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଯୁବକଙ୍କର ପିତାଙ୍କର ଲିଖିତ ଅଭିଯୋଗକ୍ରମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଅଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ



