ସିକୋରେ ସିପିଆଇର ୮ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ
ବେଗୁନିଆ----- ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ରାଜସ୍ୱ କାର୍ଯ୍ୟାଳୟ ପରିସରରେ କୋଭିଡ-୧୯ ନିୟମ ଅନୁଯାୟୀ ସିପିଆଇ ପକ୍ଷରୁ ଶାଖା ସମ୍ପାଦକ ବେଣୁଧର ଭୁଜବଳ ଓ ସନାତନ ମାଝୀଙ୍କ ନେତୃତ୍ୱରେ ହଜ, ବୋତଳମା,ସିକୋ ଓ ଶଗଡଭଙ୍ଗାର ସାଥିମାନେ ୮ ଦଫା ଦାବି ସମ୍ବଳିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରାଜସ୍ୱ ନିରୀକ୍ଷକ ମନୋଜ କୁମାର ନାୟକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଗାଇ ଟଗର ବନ୍ଧକୁ ପୁନଃରୁଧାର ଓ ଜଳସେଚନର ସୁବିଧା କରିବା, ମରୁଡି ଅଞ୍ଚଳ ଘୋଷଣା କରିବା, ଚାଷୀଙ୍କୁ କ୍ଷତି ପୁରଣ ଦେବା, ଫସଲ ବୀମା ଅଵଧିକୁ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି, କାଳିଆ ଯୋଜନାରେ ଦେଇଥିବା ନୋଟିସକୁ ତୁରନ୍ତ ପ୍ରତ୍ୟାହାର କରିବା,୨ ଶହ ଦିନର କୃଷି ଶ୍ରମିକକୁ କାମ ଦେବା ଓ ମାସିକ ୭୫୦୦ ଟଙ୍କା ପ୍ରଦାନ କରିବା ଦାବି ଗୁଡିକ ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ବଡ଼ପଣ୍ଡା, ଯୋଗୀନାଥ ଦାଶ, ସର୍ବେଶ୍ୱର ଚମ୍ପତି ଓ ସୁଦର୍ଶନ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା


