ads

Breaking News

ଚାରିଥାନ ପୋଦାର ବୈଶ୍ୟ ସ୍ୱର୍ଣ୍ଣକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କରୋନା ଫଣ୍ଡ୍‌କୁ ୧୦ ହଜାର ଟଙ୍କା ପ୍ରଦାନ

କୁଜଙ୍ଗ--- ଅବିଭକ୍ତ କଟକ ଜିଲ୍ଲାକୁ ନେଇ ଗଠିତ ଚାରିଥାନ ପୋଦାର ବୈଶ୍ୟ ସ୍ୱର୍ଣ୍ଣକାର ସଂଘ ପକ୍ଷରୁ  ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ୍ ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟରେ ମହାମାରୀ କରୋନା ଯୋଗୁ ସବୁ ବନ୍ଦ ହୋଇଯାଇଛି । ଲୋକମାନେ ବହୁ ଅସୁବିଧାରେ ଚଳୁଛନ୍ତି । ଅନ୍ୟ ପକ୍ଷେ କରୋନା ଯୋଗୁ ରାଜ୍ୟରେ ଆର୍ଥିକରେ ସଙ୍କଟ ଦେଖାଯାଇଛି । ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ମାନେ ଏ ସମୟରେ ରାଜ୍ୟ ସରକାରଙ୍କୁ ସାହାର୍ଯ୍ୟ ଓ ସହଯୋଗ କରିବା ପାଇଁ ନିବେଦନ କରାଯାଇଥିଲା । ଏହି ଅବସରରେ ସ୍ୱର୍ଣ୍ଣକାର ସଂଘର ସଂପାଦକ ସୁରେନ୍ଦ୍ରନାଥ ସାହୁଙ୍କ ନେତୃତ୍ୱରେ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟ ବନମାଳୀ ସାହୁ, ହେମନ୍ତ କୁମାର ସାହୁ, ସଭାପତି ପ୍ରେମାନନ୍ଦ ସାହୁ, ଉପରସଭାପତି ବଟକୃଷ୍ଣ ସାହୁ, ସହ ସଂପାଦକ ଭାଗ୍ୟଧର ସାହୁ , କୋଷାଧ୍ୟକ୍ଷ ତାରାପ୍ରସାଦ ମହାପାତ୍ର, ସଭ୍ୟ ରବୀନ୍ଦ୍ର କୁମାର ସାହୁ, ଅଜୟ କୁମାର ସାହୁ, ଚନ୍ଦ୍ରମଣୀ ସାହୁ, ପ୍ରଶନ୍ନ ସାହୁ, କୈଳାସ ମହାରଣା, ନବଘନ ମହାପାତ୍ର ଏବଂ ସ୍ଥାନୀୟ କୁଜଙ୍ଗ ଭାଇମାନଙ୍କ ପକ୍ଷରୁ ଯୁବ ବ୍ୟବସାୟୀ ତୀର୍ଥାନନ୍ଦ ମହାପାତ୍ର, ମଧୁସୂଦନ ସାହୁ, ଶରତ ଚନ୍ଦ୍ର ସାହୁ, ବୀରବର ସାହୁ, ଆଲୋକ ସାହୁ ଏବଂ ଗଣେଶ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ କୁଜଙ୍ଗ ତହସିଲଦାର ସୁଶ୍ରୀ ସ୍ମୃତିପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼୍ ୧୯ ରିଲିଫ୍ ଫଣ୍ଡକୁ ସଂଘ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଜଗତସିଂହପୁରୁରୁ ପ୍ରଳୟ କୁମାରମହାପାତ୍ର 

ads

Blog Archive