ଡେଲାଙ୍ଗରେ ସମସ୍ତ ଓøଷଧ ଦେକାନ ସାନିଟାଇଜେସ୍ନ କରାଗଲା
ଡେଲାଙ୍ଗ ----- ଡେଲାଙ୍ଗ ହାଟ ବଜାର ଓ ଡେଲାଙ୍ଗ ଷ୍ଟେସନ ବଜାର ସହିତ ବିଭିନ୍ନ ଛକ ମାନଙ୍କରେ ଥିବା ଔଷଧ ଦେକାନ ଗୁଡିକ ସାନିଟାଇଜେସ୍ନ କରାଯାଇଛି । ଏହି ଔଷଧ ଦେକାନକୁ ବିଭିନ୍ନ ପ୍ରକାରର ରେଗୀ ଓ ସେମାନଙ୍କର ସମ୍ପକୀୟ ମାନେ ମେଡିସିନ ନେବା ପାଇଁ ଆସୁଛନ୍ତି । ସେମାନଙ୍କ ମଧ୍ୟରେ କରୋନ ରୋଗୀ ନଥିବେ ବୋଲି କହିବା କଷ୍ଟକର ହୋଇ ପଡିଛି । ଏହି ଅଳ୍ପ ଦିନ ତଳେ ବେରବୋଇ ବଜାରରେ ଏକ ମେଡିସିନ ଦେକାନୀଙ୍କୁ କରୋନା ପଜେଟିଭି ବାହାରିଥିଲା । ଏହାକୁ ଲକ୍ଷ୍ୟ କରି ଆଜି ପୁରୀ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଡେଲାଙ୍ଗରେ ଥିବା ସମସ୍ତ ତଥା ୨୫ ଗୋଟି ମେଡିସିନ ଦେକାନକୁ ବିଶୋଧନ କରାଯାଇଛି । ଅନ୍ୟ ପକ୍ଷେ ଗୁଆଳିପଡା ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ର, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରେକୁ ବିଶୋଧନ କରାଯାଇଥିଲା । ସଂଘର ସମ୍ପାଦକ ଦୀପକ ରଞ୍ଜନ ମହାନ୍ତିଙ୍କ ତତ୍ୱବଧାନରେ ଡେଲାଙ୍ଗ ସଂଘର କାର୍ଯ୍ୟକାରିଣୀ ସଭ୍ୟ ସରିତ୍ କୁମାର ମହାନ୍ତି, ସୁଶାନ୍ତ ବିଶ୍ୱାଳ, ଭଗବାନ ଦୀକ୍ଷିତି, ସ୍ୱଦେଶ ସିଂ, ଚନ୍ଦ୍ରଶେଖର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିବା ପାଇଁ ଅର୍ଥ ଆଦାୟ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି



