ମୋଟର ସାଇକେଲ ଧକ୍କାରେ ଭାଇ ମୃତ ଭଉଣୀ ଗୁରୁତର
ବରଗଡ଼---- ବୁର୍ଲା ଥାନା ଅନ୍ତର୍ଗତ ପାପଡେରା ର ପ୍ରଶାନ୍ତ ଖଡ଼ିଆ(୧୮) ଓ ବଡ଼ ଭଉଣୀ ମାନସୀ ଖଡ଼ିଆ ଏକ ପଲସର ଗାଡି ଓଆର ୧୭ଜି ୭୫୭୫ ରେ ଅତାବିରା ଥାନା ଅନ୍ତର୍ଗତ ରୁଗୁଡି ଟିକ୍ରା ରେ ଥିବା ତାଙ୍କର ମାଉସୀ ଘରକୁ ରାଖି ବାନ୍ଦିବା ଫେରିବା ବାଟରେ ଜିରୋ ପଏଣ୍ଟ ଠାରେ ସନ୍ତୁଳନ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଘଟଣା ସ୍ଥଳରେ ଭାଇ ପ୍ରଶାନ୍ତ ର ମୃତ୍ୟୁ ହୋଇଥିବାବେଳେ ଭଉଣୀ ମାନସୀ ଗୁରୁତର ହୋଇଥିଲେ। ଫଳରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆ ଯାଇଥିଲା। ଖବର ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଓ ଅତାବିରା ଥାନା ଅଧିକାରୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।ଏନେଇ ଅତାବିରା ଥାନାରେ ୧୬୯/୨୦ ଏକ ମାମଲା ରୁଜୁ ହୋଇଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ


