ads

Breaking News

ଡେଲାଙ୍ଗରେ ଜଣେ କରୋନା ପଜେଟିଭି

 ଡେଲାଙ୍ଗ ----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ଆଜି ଜଣେ କଣ୍ଟାକ୍ଟ ଟ୍ରେସିଂରୁ କରୋନା ପଜେଟିଭି ଚିହ୍ନଟ ହୋଇଛି । ଡେଲାଙ୍ଗ ବ୍ଳକରେ ସଂଗରୋଧ ଓ ଲୋକାଲରୁ ୬୯ ଜଣ କରୋନା ପଜେଟେଭି ଚିହ୍ନଟ ହୋଇ କୋଭିଡ-୧୯ ମେଡିକାଲରେ ଚିକିତ୍ସା ହୋଇଛନ୍ତି । ଶନିବାର ସୁଦ୍ଧା ୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଅନ୍ୟ ପକ୍ଷେ  ବାତ୍ତଳ, କଅଁଳପଡା, ଆଙ୍କୁଲା, ଘୋରଡିଆ, ସିଂହବହ୍ମପୁର ଗ୍ରାମ ପଞ୍ଚାୟତର ତଇଳାସାହି କଣ୍ଟାକ୍ଟ ଟ୍ରେସିଂ କରାଯାଇ ୫୫ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଡେଲାଙ୍ଗ ମେଡିକାଲର ବି.ପି. ଏମ ଦୀଲିପି କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts