ପୂର୍ବ ଶତ୍ରୁତାରେ ବଳି ପଡିଲା ଶିଶୁକନ୍ୟା....
ବରଗଡ଼ -- ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ନିକଟସ୍ଥ ତୁମ୍ ଗାଁ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପୂର୍ବ ଶତୃତାକୁ କେନ୍ଦ୍ର କରି ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ସୁଚନା ଯୋଗ୍ୟ ଯେ ଉକ୍ତ ଗାଁର ଦୟାନିଧି ସାହୁ ଓ ମାଧୁରୀ ସାହୁଙ୍କ ପିତା ଦେବେନ୍ଦ୍ର ସାହୁ ମିଳିତ ଭାବେ ଶିଶୁକନ୍ୟାକୁ ହତ୍ୟା କରିଛନ୍ତି ବୋଲି ଶିଶୁ କନ୍ୟା ର ମା ଥାନାରେ ଅଭିଯୋଗ କରିଛନ୍ତି । ଘରେ ଏକାକୀ ଥିବା ସୁଯୋଗ ନେଇ ଏକ ଓଜନିଆ ଲୁହା ରେଲିଂ ସାହାଯ୍ୟରେ ଦୁଇ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିଥିବା ନେଇ ବରଗଡ଼ ସଦର ଥାନାରେ ଶିଶୁ କନ୍ୟାର ମା ମିଲି ପ୍ରଧାନ ଅଭିଯୋଗ କରିଥିବା ଜଣାପଡିଛି। ପ୍ରଥମେ କନ୍-ବାର ଓ ପରେ ବରପାଲି ଡାକ୍ତର ଖାନାକୁ ଚିକିତ୍ସା ପାଇଁ ଶିଶୁ ଟିକୁ ନିଆଯାଇଥିଲା । ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ସଦର ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ଶିଶୁ କନ୍ୟାର ଶବ ଜବତ କରି ଏକ କେସ ରୁଜୁ କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ ସରକାର ବାହାଦୂର କୋମଲମତି ଶିଶୁ ମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶ ଦିଗରେ କେତେ ନାଇଁ କେତେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବା ବେଳେ ଏପରି ଜଘନ୍ୟ କାଣ୍ଡ ଘଟାଉ ଥିବା ଲୋକଙ୍କୁ ଉପଯୁକ୍ତ ତଦନ୍ତ ସହ କଠୋର ରୁ କଠୋର ଦଣ୍ଡ ଗ୍ରହଣ କରିବା ପାଇଁ ଶିଶୁକନ୍ୟାର ପରିବାର ଲୋକେ ଦାବି କରିଛନ୍ତି।ତେବେ ଦେଖାଯାଉ ସରକାରୀ ସ୍ତରରେ ପୋଲିସ ପ୍ରଶାସନର କଣ ପଦକ୍ଷେପ ରହୁଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ



