ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା
ବରଗଡ଼---- ବରଗଡ଼ ଜିଲ୍ଲା ଭେଡେନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବୁର୍ଦ୍ଦା ଗ୍ରାମର କରୋନା ଯୋଦ୍ଧା ଆଶାକର୍ମୀ କନକ ବର୍ଗେ ଆଜି ଅପରାହ୍ନରେ ଜୀବନ ଯୁଦ୍ଧ ରେ ହାରି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୫୦ବର୍ଷ ବୟସ୍କା ବର୍ଗେ ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଘର ଘର ବୁଲି କରୋନା ସଚେତନତା ବାର୍ତା ପହଞ୍ଚାଉଥିଲେ। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଥିବାବେଳେ ତାଙ୍କର ଅକାଳ ବିୟୋଗରେ ବକ୍ ଟି ପଞ୍ଚାୟତ ବୁର୍ଦ୍ଦା,ଆଖପାଖ ତଥା ଭେଡେନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.


