ads

Breaking News

ବେଆଇନ ପଥର ଗାଡି ଜବତ; ୧୬ ହଜାର ଫାଇନି ଆଦାୟ

ଡେଲାଙ୍ଗ ----ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଅଚାନକ ଡେଲାଙ୍ଗ ଥାନା ପାଖରେ ବେଆଇନ ଭାବେ ମାଙ୍କେଡା ପଥର ନେଇକି ଯାଉଥିବା ଏକ ଟ୍ରକକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ଗାଡିର ଡ୍ରାଇଭର ପଥରର କାଗଜ ପତ୍ର ଦେଖାଇ ପାରିନଥିଲା । ଯାହା ଫଳରେକି  ଉକ୍ତ ଟ୍ରକ ଉପରେ ତହସିଲଦାର ୧୬ ଜହାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ବ୍ଳକର ରେଙ୍ଗଳ, ଝାରପଡା, ମାଣିତ୍ରୀ, ହରିରାଜପୁର, ବଅଙ୍ଗ, ଆଦି ଅଞ୍ଚଳରେ ବେଆଇନ ପଥର ମାଫିଆ ମାନେ ସରକାରୀ ଯାଗାରୁ ପଥର କାଟି ବିକ୍ରୟ କରୁଥିବା ବାରମ୍ବାର ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ପାଖରେ ଗ୍ରାମବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲା  । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବେ ପଥର ଖଣି ଓ ମାଲ ପରିବହନ କରୁଥିବା ଗାଡି ଗୁଡିକ ଧରପଗଡ କରାଯିବ ବୋଲି ତହସିଲଦାର ଶ୍ରୀ ଆଚାରିଆଙ୍କ ଠାରୁ ସୁଚନା ମିଳିଛି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts