ଡେଲାଙ୍ଗ ପୋଲିସକୁ ପୁଣି ସଫଳତା ; ଅନ୍ତରାଜ୍ୟ ମୋଟର ସାଇକେଲ ଗ୍ୟାଙ୍ଗର ୪ଜଣ ସଦସ୍ୟ ଗିରଫ; ୨୫ ମଟର ସାଇକେଲ ଜବତ
ଡେଲାଙ୍ଗ -----ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଗୋଟିଏ ପରେ ଗୋଟିଏ ସଫଳତା ପାଇ ଚାଲିଛି । ଏହି ଅଳ୍ପ ଦିନ ତଳେ ଏକ ଡକାୟତ ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ଠାରୁ କୋଟିଏ ଟଙ୍କାରୁ ଅଧିକ ସୁନା ଅଳଙ୍କାର ଓ ନଗଦ ପ୍ରାୟ ୨୫ ଲକ୍ଷ ଟଙ୍କା ଡେଲାଙ୍ଗ
ପୋଲିସ ଜବତ କରିବାରେ ସଫଳତା ପାଇଥିଲା । ଏବେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଅନ୍ତରାଜ୍ୟ ମୋଟର ସାଇକେଲ ଚୋରି ଗ୍ୟାଙ୍ଗର ଚାରିଜଣଙ୍କୁ ଧରିବା ସହ ସେମାନଙ୍କ ଠାରୁ ୨୫ଗୋଟି ବିଭିନ୍ନ କମ୍ପାନୀର ମୋଟର ସାଇକେଲ ଜବତ କରିଥିବା ସମ୍ପକରେ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳ ପ୍ରେସ ମିଟରେ ସମସ୍ତ ତଥ୍ୟ ପ୍ରକାଶ କରିଛନ୍ତି ।
ପୋଲିସ ଜବତ କରିବାରେ ସଫଳତା ପାଇଥିଲା । ଏବେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଅନ୍ତରାଜ୍ୟ ମୋଟର ସାଇକେଲ ଚୋରି ଗ୍ୟାଙ୍ଗର ଚାରିଜଣଙ୍କୁ ଧରିବା ସହ ସେମାନଙ୍କ ଠାରୁ ୨୫ଗୋଟି ବିଭିନ୍ନ କମ୍ପାନୀର ମୋଟର ସାଇକେଲ ଜବତ କରିଥିବା ସମ୍ପକରେ ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳ ପ୍ରେସ ମିଟରେ ସମସ୍ତ ତଥ୍ୟ ପ୍ରକାଶ କରିଛନ୍ତି ।
ଡେଲାଙ୍ଗ ଥାନା ଉପ ନୀରିକ୍ଷକ ଲଇକା ମାହରଣାଙ୍କ ସୁଚନା ଅନୁଯାୟୀ ୫ ତାରିଖ ଦିନ ବେଗୁନିଆପଡା ଗ୍ରାମର ଟୁକୁନା ବେହେରାଙ୍କ ଘର ଉପରେ ଡେଲାଙ୍ଗ ପୋଲିସ ଅଚାନକ ଚଡାଉ କରିବା ସମୟରେ ୫ ଗୋଟି ମୋଟର ସାଇକେଲ ଜବତ କରିଥିଲେ । ପୋଲିସର ଜେରା ସମୟରେ ଟୁକୁନା ନିଜର ସହଯୋଗୀ ମାନଙ୍କ ସହିତ ଭୁବନେଶ୍ୱର, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ କଟକ ଓପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟର ସାଇକେଲ ଗୁଡିକ ଚୋରି କରିଥିବା ବିଷୟ ସ୍ୱୀକାର କରିଥିଲେ । ଏ ସମ୍ପର୍କରେ ଡେଲାଙ୍ଗ ଥାନା କେସନଂ- ୧୧୧/୨୦୨୦ରେ ଏକ କେସ ରୁଜ କରାଯାଇ ତଦନ୍ତ କରାଯାଇଥିଲା । ଏ ସମ୍ପର୍କରେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଖିଳେଶ୍ୱର ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇଥିଲା । ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳ, ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ, ହୋମଗାଡ ପ୍ରମୋଦ କୁମାର ସେଠୀ, କନେଷ୍କବଳ ଜିତେନ୍ଦ୍ର କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ପ୍ରଧାନ ଉକ୍ତ ଟିମ ଏହି ସଫଳତା ହାସଲ କରିଥିଲେ । ଏହି ମୋଟର ସାଇକେଲ ଚୋର ଗ୍ୟାଙ୍ଗର ସଦସ୍ୟ ମାନେ ହେଲେ ଟୁକୁନା ବେହେରା ଓ ପବିତ୍ର କୁମାର ମଲ୍ଲିକ ବେଗୁନିଆପଡା ହୋଇଥିବା ବେଳେ ନଟବର ଜେନା ଓ କୃଷ୍ଣଚନ୍ଦ୍ର ପାହାଡସିଂ ଡେଲାଙ୍ଗ ଥାନା କୁଆପଦା ଗ୍ରାମର ବୋଲି ଜଣାପଡିଛି । ଏହି ପେଷାଦାର ଅପରାଧୀ ଦଳର ଅନ୍ୟ ୪ଜଣ ଯୁବକ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ବହୁ ଶିଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ବରାଳ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି । ଏହି ଚାରି ଜଣଙ୍କ ଠାରୁ ବୁଲେଟ ମୋଟର ସାଇକେଲ ୩ଟି ବାଜାଜ ପଲସର ୭ଟି, ଡିଭିଏସ ଆପାଚୀ-୨ଟି, ହୋଣ୍ଡା ହନେଟ-୧, ୟାମା୧, କାୱାସିକ ବକ୍ସର୧, ହିରୋପ୍ୟାସନ ପ୍ରୋ୩ ଓ ସିଡି ଡିଲକ୍ସ ମୋଟର ସାଇକେଲ ୨ଗୋଟି ଜବତ କରାଯାଇଛି । ଆଜି ୪ଜଣଙ୍କୁ କୋର୍ଟକୁ ଚାଲାଣ କରାଯିବ । ଏହା ସହିତ ବିଭିନ୍ନ ଥାନାକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି ସେମାନେ ଆବଶ୍ୟକ ପଡିଲେ ରିମାଣ୍ଡାଇରେ ଆଣି ସେମାନଙ୍କ ଥାନାରେ ଥିବା କେସ ଗୁଡିକ ତଦନ୍ତ କରି ପାରିବେ ବୋଲି ଏସଡିପିଓ ଶ୍ରୀ ବରାଳ ସୁଚନା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି





