ads

Breaking News

ସତ୍ୟବାଦୀରେ ସମସ୍ତ ପ୍ରଶାସନିକ ଅଧିକାରୀ ଶପଥପାଠ କଲେ

 
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ରାଜ୍ୟ ସରକାରଙ୍କ କୋଭିଡ-୧୯କୁ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ମାନିବା ପାଇଁ  ଶପଥ ପାଠ କରିଛନ୍ତି ।  ବ୍ଳକ ପ୍ରଗତି ସହାୟକ ସୌଭାଗ୍ୟ ରଞ୍ଜନ କର ଏହି ଶପଥ ପାଠ କରାଇଥିଲେ । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଏବିଡିଓ ସାରଦା ପ୍ରସନ୍ନ ମହାନ୍ତି, ସହକାରୀ ଯନ୍ତ୍ରୀ ଭାଷ୍କର ପ୍ରସାଦ ଶତପଥୀ, ବଡବାବୁ ପ୍ରଫୁଲ ବେହେରା, ଜିପିଓ ମଣ୍ଟୁ ସ୍ୱାଇଁଙ୍କ ସହିତ ବ୍ଳକର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ସଂଧ୍ୟା ୬ଟା ସମୟରେ ବ୍ଳକ ପରିସରରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ପ୍ରକାଶ ଖଟେଇ, ପ୍ରଶାନ୍ତ ମହାପାତ୍ର, ସୁବାଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive