୮ଟି ବ୍ରହ୍ମ କମଳ ଫୁଲ ଫୁଟିଲା
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ବଳଭଦ୍ର ମହାପାତ୍ରଙ୍କ ଅଗଣାରେ ଥିବା ବ୍ରହ୍ମ କମଳ ଗଛରେ ଏକ ସଙ୍ଗେ ୮ ଟି ଫୁଲ ଆଜି ଫୁଟିଛି । ୮ ବର୍ଷ ହୋଇଗଲାଣି ଏହି ଗଛରେ ବିଶେଷ କରି ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାତ୍ତିର୍କ ମାସରେ ଫୁଲ ଫୁଟିଥାଏ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଲଗାତର ବର୍ଷା ଲାଗି ରହିଲେ ବା ଝିପି ଝିପି ବର୍ଷା ହେଲେ ଏହି ଫୁଲ ଫୁଟିଥାଏ । ଏହି ଆଠଟି ଫୁଲ ପ୍ରଭୁ ଜଗନ୍ନାଥଙ୍କୁ ଦେବା ପାଇଁ ଯୋଜନା କରାଯାଇଛି । ରାମ ମନ୍ଦିର ପାଇଁ ଶିଳାନ୍ୟାସ ଅବସରରେ ଏହି ଫୁଲ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି କରାଯାଇଥିବାରୁ ଶ୍ରୀ ମହାପାତ୍ର ଓ ତାଙ୍କ ପରିବାର ବହୁତ ଖୁସି ଥିବାର କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ



