ads

Breaking News

ପୁରୀ ଜିଲ୍ଲାରେ ୬୫୧ବ୍ୟକ୍ତି କୋଭିଡ ପଜେଟିଭ ସୁସ୍ଥ ହେଲେ


ପୁରୀ---- ପୁରୀ ଜିଲାରେ କୋଭିଡ ପଜେଟିଭ ସଂଖ୍ୟା ବଢିବାରେ ଲାଗିଛି। ଏକ ହଜାର ଟପି ସାରିଛି  । ପୁରୀ ଜିଲ୍ଲାରେ କୋଭିଡ ପଜେଟିଭ ସଂଖା। ଜିଲ୍ଲାରେ ମୋଟ  ୧୦୫୯ଟି କୋଭିଡ ପଜେଟିଭ କେସ ବାହାରିଛି । ସେଥି ମଧ୍ୟରୁ ୪୦୨ଟି ଆକ୍ଟିଭ କେସ ଥିବା ବେଳେ ୬୫୧ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ  ୪ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ୨୮ ହଜାର ୩୩ ଟି ସାମ୍ପୁଲ ସଂଗ୍ରହ ହୋଇଛି। ତେବେ ପୁରୀ ପୌରପାଳିକା ଅଞ୍ଚଳରେ  ୨୯୫  ଟି କୋଭିଡ ସଂକ୍ରମଣ କେସ ହୋଇ ଥିବା ବେଳେ ଦ୍ୱିତୀୟ ରହିଛି ବ୍ରହ୍ମଗିରି ୧୩୨ , ତୃତୀୟ ରେ କଣାସ  ରେ ରହିଛି ୯୭ ଟି ମୋଟ କୋଭିଡ ସଂକ୍ରମଣ କେସ ରହିଛି। ଜିଲାରେ ମୋଟ ୭୨ ଟି କଣ୍ଟେନମେଣ୍ଟ ଯୋନ ରହିଛି। ତେବେ ଦିନକୁ ଦିନ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ବଢୁଥିବା ବେଳେ ଲୋକ ମାନେ ସଚେତନ ହେବା କୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts