ପାଇକମାଲ ସାର ଦୋକାନ ରେ କୃଷି ବିଭାଗର ଚଢ଼ାଉ,କଳାବଜାରୀଙ୍କୁ ବଡ଼ ଝଟକା
ବରଗଡ଼---- ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳରେ ଥିବା ସାର ଦୋକାନ ରେ କୃଷି ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। କଳାବଜାରୀ ସାର ଦୋକାନୀ ମାନେ ବିପୁଳ ପରିମାଣରେ ୟୁରିଆ ସାର ଗଚ୍ଛିତ ରଖି ସରକାରୀ ଦରରୁ ଚଢା ଦରରେ ସାର ବିକ୍ରୟ କରୁଥିବା ଅଭିଯୋଗ ହୋଇଆସୁଥିଲା । ଏହାକୁ ନଜର କରି କ୍ରମେ ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀଙ୍କ ନେତୃତ୍ୱରେ କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସ ବିଭାଗର ସହଯୋଗ କ୍ରମେ ତିନୋଟି ସ୍ଥାନ ତଥା ଅମିତ ଟ୍ରେଡର୍ସ,ଟାୟଲ ଟ୍ରେଡର୍ସ ଓ ଇନ୍ଦ୍ରାବତୀ ଟ୍ରେଡର୍ସ କୁ ଚଢ଼ାଉ କରିଥିଲେ । ଟାୟଲ ଓ ଇନ୍ଦ୍ରାବତୀ ଟ୍ରେଡର୍ସ ରୁ ବେନିୟମ ଭାବେ ଚଢା ଦରରେ କଳାବଜାରୀ କରୁଥିବା ୨୬୦ ବସ୍ତା ସାର ଜବତ କରିଛି।ଏଥିରେ କୃଷି ଓଭରସିଅର ମନୋରଞ୍ଜନ ପୁରୋହିତ, ଯୋଗେଶ୍ୱର ପଟେଲ,ପାଇକମାଲ ଆଇ ଆଇ ସି ବିଶ୍ୱଜିତ ମନବୋଧ ସଦଳବଳେ ରହିଥିଲେ।ସେହିପରି ଋଣୀ ହୁଅନ୍ତୁ ଅବା ଅଣରୁଣୀ ପ୍ରତ୍ୟେକ ଚାଷୀ ମାନଙ୍କୁ ୨ବସ୍ତା ଲେଖାଏଁ ସରକାରୀ ଦରରେ ସମସ୍ତ ସେବା ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ ସୂଚନା ଦେଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ






