ସାଲେପାଲି ଗ୍ରାମରୁ ଉଠିଲା କଣ୍ଟେନ ମେଣ୍ଟ ଜୋନ୍...
ବରଗଡ଼---- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅରେଇଗୁଡି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମକୁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଉଠିଛି । ପ୍ରକାଶ ଥାଉକି ତା୨୩/୦୭/୨୦୨୦/ ରେ ଉକ୍ତ ଗ୍ରାମରେ ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମର ତଳିପଡା ଓ ରୁଗୁଡିପଡା କୁ କଣ୍ଟେନମେଣ୍ଟ ଜୋନ୍ ଓ ଅବଶିଷ୍ଟ ଗ୍ରାମ କୁ ବଫର ଜୋନ ଭାବେ ଘୋଷଣା କରା ଯାଇଥିଲା । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କର ସ୍ୱାବ ରିପୋର୍ଟ ସଂଗ୍ରହ କରାଯାଇଥିଲା । ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିବା ପରେ ଆଜି ୧୪ ଦିନ ପରେ ପ୍ରଶାସନ ସାଲେପାଲି ଗ୍ରାମରୁ କଣ୍ଟେନମେଣ୍ଟ ଜୋନ୍ ହଟେଇ ଦେଇଛନ୍ତି । ଏହି ସମୟରେ ବ୍ଲକ ପ୍ରଶାସନ ତରଫରୁ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଧୀରେନ୍ଦ୍ର କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସୁନୀଲ କୁମାର ମେହେର, ଅଙ୍ଗନବାଡ଼ି କର୍ମୀ ଝରଣା ପଧାନ,ଆଶା ଲଙ୍କେଶ୍ୱରୀ ଭୋଇ, ସୌମିତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ



