ଓଡ଼ଗାଁ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ:୪୧ୟୁନିଟ ରକ୍ତ ସଂଗ୍ରହ
ଓଡ଼ଗାଁ/କୁରାଳ- କ୍ରାନ୍ତିଦିବସଠାରୁ ବିଜୁଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଓଡ଼ିଶାରେ "ଓଡ଼ିଶା ମୋ ପରିବାର"ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଚାଲୁରହିଛି ।
ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ଓଡ଼ଗାଁ ବିଜୁ ଜନତାଦଳ ତରଫରୁ ରକ୍ତ ଦାନ ଶିବିର ସ୍ଥାନୀୟ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୪୧ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଓଡ଼ଗାଁ ଏନ.ଏସି ସମେତ କୋରପିଠା ଏବଂ କୁରାଳ ଗ୍ରାମର ବିଜୁ ପ୍ରେମୀ ତଥା ଯୁବଛାତ୍ର ତଥା ମହିଳାମାନେ ସ୍ଵତଃପୁତ ଭାବେ ରକ୍ତ ଦାନ କରିଥିଲେ । ଡ଼ ରାମ ପ୍ରସାଦ ସାହୁ ରକ୍ତ ସଂଗ୍ରହ କାର୍ଯ୍ୟ ଶାନ୍ତିପୁର୍ଣ୍ଣ ଭାବରେ ସମାପନ କରିଥିବା ବେଳେ ଅଜୟ କୁମାର ପଟ୍ଟନାୟକ, ଦାମୋଦର ସାହୁ ,ପ୍ରକାଶ କୁମାର ପାଣିଗ୍ରାହୀ, ଅଭିମନ୍ୟୁ ସାହୁ ,ରବୀନ୍ଦ୍ର ନାଥ ସାହୁ ପ୍ରମୁଖ ରକ୍ତ ସଂଗ୍ରହରେ ତାଙ୍କୁ ସହାୟତା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ,ଓଡ଼ଗାଁ ବ୍ଲକ ସଭାପତି ସୂର୍ୟନାରାୟଣ ଚୌଧୁରୀ,ଏନ.ଏସି ସଭାପତି ରବୀନ୍ଦ୍ରନାଥ ପୃଷ୍ଟି, ଆର.ଏ.ଏ ସମ୍ପାଦକ ଦିବାକର ନାୟକ ,ଆତ୍ମାର ଚେୟାରମ୍ୟାନ ନିତ୍ୟାନନ୍ଦ ପ୍ରଧାନଙ୍କ ସମେତ ଯୁବ ତଥା ଶ୍ରମିକ ନେତା ବିଜନ ପାଇକରାୟ, ପ୍ରଭାତ ଅଧିକାରୀ,ସୂର୍ଯ୍ୟକାନ୍ତ ପଟ୍ଟନାୟକ ,ବିକାଶ ପଲେଇ ,ଛାତ୍ର ନେତା ଉମାକାନ୍ତ ମହାପାତ୍ର ,ରାଜେଶ ସ୍ବାଇଁ ,ବାପି ମହାପାତ୍ର ,ଭାଗ୍ୟବାନ ସାହୁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସନ୍ତା ୧୪ତାରିଖରେ ମଧ୍ୟ କାର୍ଯ୍ୟକ୍ରମ ହେବ ବୋଲି ବ୍ଲକ ଜୀବନବିନ୍ଦୁ ସଂଯୋଜକ ଲୋକନାଥ ସାହୁ ସୂଚନା ଦେଇଛନ୍ତି ।
ରିପୋର୍ଟ- ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ


