ବୋହୁ ଆଣିଲା ଶଶୁର ନାମରେ ସଙ୍ଗୀନ ଅଭିଯୋଗ
ଜଗତସିଂହପୁର------ବୋହୁ ଆଣିଲା ଶଶୁର ନାମରେ ଆଣିଛି ସଙ୍ଗୀନ ଅଭିଯୋଗ । ଝିଅଟି ଯେତେବେଳେ ନିଜ ବାପା ମାଆଙ୍କୁ ଛାଡି ଶାଶୁ ଘରକୁ ଆସିଥାଏ ସେତେବେଳେ ବାପା ମାଆଙ୍କ ବଦଳରେ ଶାଶୁ ଶଶୁରଙ୍କ ନିଜ ବାପା ମାଆଙ୍କ ଭଳି ଶେହ୍ନ ଶ୍ରଦ୍ଧା ପାଇବ ବୋଲି ଆଶାକରିଥାଏ। ଅନେକ ସ୍ଥାନରେ ଏହାର ଓଲଟା କଥା ଦେଖିବାକୁ ମିଳିଥାଏ । ସେହିପରି ଏକ ବୋହୂର ଆଶା ସବୁ ଆଶାରେହିଁ ରହିଗଲା ଶଶୁର ସାଜିଲା ନର ରାକ୍ଷସ । ଏମିତି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧିନ ଆମ୍ବିକୀ ପଞ୍ଚାୟତ ଆମ୍ବିକୀ ଗ୍ରାମର ସମ୍ପଦ ବେହେରାଙ୍କ ପତ୍ନୀ ଅହଲ୍ୟା ମଲ୍ଲିକ ।ସସୂଚନା ମୁତାବକ ସମ୍ପଦ କୌଣସି କାମରେ ବାହାରକୁ ଯାଇଥିବାର ସୁଯୋଗ ନେଇ ପତ୍ନୀ ଅହଲ୍ୟା ଗାଧୁଆ ଘରେ ଗାଧଉ ଥିବା ସମୟରେ ତାଙ୍କ ଶଶୁର ଗଙ୍ଗାଧର ବେହେରା କବାଟ ଠକ ଠକ ଆବାଜ କରିଥିଲେ ଅହଲ୍ୟା କବାଟ ଖୋଲିବା ପରେ ଶଶୁର ତାଙ୍କ ଲୁଗାଟାଣି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି । ପରେ ସମ୍ପଦ ଘରକୁ ଆସିବା କ୍ଷଣୀ ଅହଲ୍ୟା ତାଙ୍କୁ ଶଶୁର ବିଷୟରେ ସମସ୍ତ କଥା କହିଥିଲେ ସବୁ ଶୁଣି ସମ୍ପଦ ତାଙ୍କ ପରିବାର ଲୋକଙ୍କୁ ପଚାରିବାରୁ ତାଙ୍କୁ ପରିବାର ଲୋକେ ମାଡ଼ ମାରି ଅଜାତି ଘରର ଝିଅ ଆଣିଛୁ ବୋଲି କହିଥିଲେ । ଏନେଇ ସମ୍ପଦ ଓ ପତ୍ନୀ ଅହଲ୍ୟା ତାଙ୍କର ଏକ ୧୮ ମାସର ଶିଶୁ ପୁତ୍ରକୁ ସାଥିରେ ଧରି ଏରସମା ଥାନାର ଦ୍ୱାରସ୍ତ ହୋଇ ଲିଖିତ ଏତେଲା ଦେଇଥିଲେ । ଥାନା ବାବୁ ଏତେଲା ନରଖି ନ୍ୟାୟ ପାଇବା ବଦଳରେ ପରିବାର ସହିତ ଅପାସ ସମାଧାନ କରିବାକୁ କହିଥିଲେ । କିନ୍ତୁ କୌଣସି ସମସ୍ୟାର ସମାଧାନ ନହେବାରୁ ଗତ-୧୫,୦୭,୨୦୨୦ ରିଖରେ ସମ୍ପଦ ଓ ପତ୍ନୀ ଅହଲ୍ୟା ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କୁ ଅଭିଯୋଗ କରିଥିବା ଜଣାପଡିଛି ।ଏମିତିକି ଅହଲ୍ୟାଙ୍କୁ ଯଦି ପ୍ରଶାସନ ପକ୍ଷରୁ ନ୍ୟାୟ ନମିଳେ ତାହାଲେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଦ୍ଵାରସ୍ତ ହେବେ ବୋଲି କହିଛନ୍ତି।
ଜଗତସିଂହପୁରରୁ ପ୍ରଳୟ ମହାପାତ୍ର



