ads

Breaking News

ଅବସର ନେଲେ ଲରମ୍ଭା ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ରତନ ଶର୍ମା


ବରଗଡ଼----   ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଳୟର  ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ରତନ କୁମାର ଶର୍ମାଙ୍କୁ ଚାକିରି କାଳରୁ ବିଦାୟ ଦିଆଯାଇଛି।ଏହି ଅବସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଡ ନରେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱ କରିଥିଲେ । ଡ଼ ପ୍ରମୋଦ କୁମାର ଭୋଇ,ଡ଼ ଅମୃତା ସାମନ୍ତ,ପ୍ରମୋଦ ଚନ୍ଦ୍ର ସେଠ ଓ ମୁଖ୍ୟ ଅତିଥି ଓ ପୂର୍ବତନ ରସାୟନ ବିଭାଗର ମୁଖ୍ୟ ଆନନ୍ଦ ଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ।କୋଭିଡ ନିୟମକୁ ପାଳନ କରି ସାମାଜିକ ଦୂରତାକୁ ବଜାୟ ରଖି ସାଧାରଣ ସଭାଟି ଅନୁଷ୍ଠିତ ହୋଇଥିଲା।ଏଥିରେ ଉପଢୌକନ ସହ ବିଦାୟୀ ପତ୍ର ପ୍ରଦାନ କରି ତାଙ୍କରି ଆଗାମୀ ଜୀବନ ପାଇଁ ସୁଖମୟ କାମନା କରାଯାଇଥିଲା। ଶର୍ମା ଏହାପୂର୍ବରୁ ପଲ୍ଲୀଶ୍ରୀ କଲେଜ ଚିଚିଣ୍ଡାରେ ଥିଲେ। ଜଣେ କର୍ମଠ,ସରଳ,ଦକ୍ଷ ପ୍ରଶାସନିକ ଭାବେ ସୁନାମ ଅର୍ଜନ କରିଥିବା ଶର୍ମା ନିଜର ଚାକିରୀ ଅନୁଭୂତି ବର୍ଣ୍ଣନା କରି ପ୍ରଶଂସନୀୟ ହୋଇଥିଲେ।ବିଭାଗର ଗଣେଶ ସିଂ,ସୁନୀଲ ପ୍ରଧାନ,ଦିବ୍ୟା ଭାରତୀ ନାଏକ ପ୍ରମୁଖ ବିଦାୟୀ ଭାଷଣ ପ୍ରଦାନ କରିଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ..

ads

Blog Archive

Popular Posts