ads

Breaking News

ଗାମୁଛା ଲଗାଇ ପୂଜକଙ୍କ ଆତ୍ମହତ୍ୟା


ଖୋର୍ଦ୍ଧା----ଗଡଖୋର୍ଦ୍ଧା ସ୍ଥିତ ରଘୁନାଥ ମନ୍ଦିର ପୂଜକ ଗତକାଲି ବିଳମ୍ବିତ ରାତିରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ପୂଜକ ଜଣକ ହେଲେ ଜଟଣି ଥାନା ତରାବୋଇ ଗଡସାହିର ଗଦାଧର ସାମନ୍ତରାୟ(୫୭)।ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ଶିଳ୍ପାଞ୍ଚଳ ଫାଣ୍ଡି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ୪୯/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।ପୁଲିସ ସୂଚନା ଅନୁଯାୟୀ ଗଦାଧର ଚାରିବର୍ଷ ହେବ ଘର ଛାଡ଼ି ଗଡଖୋର୍ଦ୍ଧାସ୍ଥିତ ମନ୍ଦିରରେ ରହି ପୂଜକ କାମ କରୁଥିଲେ।ଗତକାଲି ବିଲମ୍ବିତ ରାତିରେ ମନ୍ଦିର ପରିସରରେ ଥିବା ପୂଜକ ରୁମର ଏକ ଲୁହା ଆଙ୍ଗଲରେ ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 
ଖୋର୍ଦ୍ଧା ରୁ ପ୍ରଭାତ ମିଶ୍ର

ads

Blog Archive