ads

Breaking News

ଜରାଜୀର୍ଣ୍ଣ ବଟେଶ୍ୱର ବାବା ମହାଦେବ ମନ୍ଦିର ପୁନଃ ଉଦ୍ଧାର


ବରଗଡ଼ ---- ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଚକୁଳି ଗ୍ରାମରେ ଏକ ଜରାଜୀର୍ଣ୍ଣ ଶୈବପୀଠ ଶ୍ରୀ ବଟେଶ୍ଵର ମହାଦେବ ମନ୍ଦିର। ଯାହାକି ପ୍ରାୟ ଶହେଦଶ ବର୍ଷ ପୁରୁଣା,ତାକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁନଃ ଉଦ୍ଧାର କରାଯାଇଛି। ଏହି ଲକଡାଉନ୍ ସମୟରେ ସ୍ଥାନୀୟ ଶ୍ରୀ ରାଜେଶ କୁମାର ମହାପାତ୍ର ଓ ଶ୍ରୀ ଅକ୍ଷୟ ମହାପାତ୍ର ନିଜସ୍ୱ ପାଣ୍ଠିରୁ ଏହି ମନ୍ଦିରର ନବୀକରଣ ପାଇଁ ଆଗଭର ହୋଇଛନ୍ତି । ଏହି ପବିତ୍ର କାର୍ଯ୍ୟରେ ସ୍ଥାନୀୟ ସେବାୟତ ସଙ୍ଗଠନ ପକ୍ଷରୁ ଶ୍ରମଦାନ କରାଯାଇଥିବା ବେଳେ ନବୀକରଣରେ ମନ୍ଦିର ପରିସରର ଉନ୍ନୟନ କାର୍ଯ୍ୟ କରାଯାଇଛି। ଏହି ବାବଦରେ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ମନ୍ଦିର ପରିସରରେ ଏକ ରୋଷେଇଶାଳ ଓ ପୁରାତନ ଭଗ୍ନ ମୂର୍ତ୍ତି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ସ୍ଥାନୀୟ ଯୁବକ ମଣ୍ଟୁ ସିଂ ଓ ଉସତ୍ ରଣାଙ୍କ ପ୍ରୋତ୍ସାହନ ଓ ସହଯୋଗ ରହିଛି। ଆଗାମୀ ଦିନରେ ଏହାକୁ ଏକ ଆଦର୍ଶ ଶୈବପୀଠରେ ପରିଣତ କରିବା ଯୋଜନା କରାଯାଇଛି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive