ads

Breaking News

ଅଳିଆ ଗଦାରୁ ଅଚିହ୍ନା ବୃଦ୍ଧା ଉଦ୍ଧାର ;



  ବରଗଡ଼ ---- ପଶ୍ଚିମ ଓଡିଶା ଯୁବା ମଞ୍ଚ ଓ ସଂକଳ୍ପ ପରିବାର ର ମିଳିତ ଉଦ୍ୟମରେ ଜଣେ ନିରୁପାୟ ଅଜଣା,ଅଚିହ୍ନା ୬୦ବର୍ଷୀୟ ମାନସିକ ରୋଗାଗ୍ରସ୍ତ ବୃଦ୍ଧା ଉଦ୍ଧାର ହୋଇଛି।ବୃଦ୍ଧା ଜଣକ ବରଗଡ଼ ବ୍ଲକ ଜମୁର୍ଦ୍ଦା ନିକଟସ୍ଥ ଟାଙ୍ଗରପଡା ର ଅନାବନା ଘାସ ବୁଦା ତଥା ଅଳିଆ ଗଦାରେ ନିରୁପାୟ ହୋଇ ଦୀର୍ଘ ୫ଦିନ ହେବ ଜୀବନ ସହ ସଂଗ୍ରାମ କରୁଥିଲେ ବୋଲି ଲୋକମାନଙ୍କ ଠାରୁ ସୁଚନା ମିଳିଛି । ଯାହା ପଶ୍ଚିମ ଓଡିଶା ଯୁବାମଞ୍ଚ ର ଅଜିତ କୁମାର ପତି ଓ ସଂକଳ୍ପ ପରିବାର ର ବିକାଶ ଅଗ୍ରୱାଲ ଖବର ପାଇ ଉକ୍ତ ସ୍ଥାନକୁ ପହଞ୍ଚିଥିଲେ ।  ନଖାଇ,ନପିଇ ପଡିରହିଥିବା ବୃଦ୍ଧା କୁ ଉଦ୍ଧାର କରି ୧୦୮ଏମ୍ବୁଲେନ୍ସ ରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ନେଇଥିଲେ। ବୃଦ୍ଧା ଜଣକ ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ତାଙ୍କର ଘର ଠିକଣା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଏବେ ସେ କିଛିଟା ସୁସ୍ଥ ଅନୁଭବ କରୁଥିବା ଜଣାପଡିଛି ।   ଯେ ପର୍ଯ୍ୟନ୍ତ ତାଙ୍କ ଠିକଣା ଜଣା ନ ପଡିଛି ସେ ପର୍ଯ୍ୟନ୍ତ ତାଙ୍କୁ ସମଳାଇପଦର ର ବୃଦ୍ଧାଶ୍ରମରେ ଥଇଥାନ ର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ଓ ସଂକଳ୍ପ ପରିବାର ର ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହିଥିବାବେଳେ ଏପରି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ଧନ୍ୟବାଦ ସହ ଚାରିଆଡେ ପ୍ରଶଂସନୀୟ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ..

ads

Blog Archive