ads

Breaking News

ସିଫାରେ ନୂତନ ନିର୍ଦ୍ଦେଶକଙ୍କ ଦାୟତ୍ୱ ଗ୍ରହଣ


ପିପିଲି –ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ନିଷ୍ପତିକ୍ରମେ ପିପିଲି ବ୍ଲକ ଅଧିନସ୍ଥ କୈାଶଲ୍ୟାଗଙ୍ଗ ସିଫାରେ ନୂତନ ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ ଡଃ ସରୋଜ କୁମାର ସ୍ୱାଇଁ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଗତ ତା ୧.୭.୨୦୨୦ ରିଖ ଦିନ ସିଫାର ପ୍ରମୁଖ ବୈଜ୍ଞାନିକ ଡଃ ସରୋଜ କୁମାର ସ୍ୱାଇଁଙ୍କୁ ସିଫାର ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ କରାଯାଇଛି । ନୁତନ ଭାବେ ଯୋଗଦେଇଥିବା ଡଃ ସରୋଜ କୁମାର ସ୍ୱାଇଁ ବିଦାୟୀ ଭାରପ୍ରାପ୍ତ ନିର୍ଦ୍ଦେଶିକା ଡଃ ବିନ୍ଦୁ ଆର୍‌. ପିଲ୍ଲାଇଙ୍କ ଠାରୁ ଏକ ନିରାଡମ୍ବର ପରିବେଶରେ ଆନୁଷ୍ଠାନିକ ରୂପେ ଦାୟୀତ୍ୱ ଗ୍ରହଣ କରିଥିଲେ । ସିଫାର ସମସ୍ତ କର୍ମଚାରୀବୃନ୍ଦ ଡଃ ପିଲ୍ଲାଇଙ୍କୁ ସଫଳତାର ସହିତ ନିର୍ଦ୍ଦେଶିକା ରୂପେ ଦାୟୀତ୍ୱ ସମ୍ପାଦନ କରିଥିବାରୁ ଏବଂ ଡଃ ସ୍ୱାଇଁଙ୍କୁ ନୂତନ ନିର୍ଦ୍ଦେଶକ ରୂପେ ସ୍ୱାଗତ କରିଥିଲେ । 

ପିପିଲି ରୁ ବିଜୟ କୁମାର ମହାପାତ୍ର

ads

Blog Archive

Popular Posts