ads

Breaking News

ଜିଲ୍ଲାପାଳଙ୍କ ଯୋଗୁ ସଂଗ୍ରାମ ନୂଆ ଜୀବନ ପାଇଲା



 କନ୍ଧମାଳ-----କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବୁଡୃକିଆ ପଞ୍ଚାୟତର ବାଲିସୁଗା ଗ୍ରାମର ନରସିଂଘ ମଲିକଙ୍କ ପୁଅ ସଂଗ୍ରାମ ମଲିକ ବୟସ ୧୨ବର୍ଷ  ଓଠର ଉପର ଭାଗରେ ଏକ ବଥ ବାହାରିଥିଲା । ଏଥିପାଇଁ ସଂଗ୍ରାମ ମଲିକ ଏକ ବର୍ଷହେଲା ସ୍କୁଲକୁ ନଯାଇ ଘରେ ରହୁଥିଲା । କାଳକ୍ରମେ ଏହି ବଥ ବଡ ହେବାରୁ ଘର ଲୋକ ଧାର,ଉଧାର କରି ମେଡିକାଲରେ ଚିକିତ୍ସା କରାଇଲେ କିନ୍ତୁୁ କିଛି ସୁଫଳ ମିଳିନଥିଲା । ଶେଷରେ ହତାସ ହୋଇ ଗଣମାଧ୍ୟମକୁ ଜଣାଇଥିଲେ । ଗଣମାଧ୍ୟମ ସଂଗ୍ରାମର ଚିକିତ୍ସା ପାଇଁ ବାରମ୍ବାର ଖବର ପ୍ରସାରଣ କରିବା ସହିତ ସ୍ଥାନୀୟ ଉପଜିଲ୍ଲାପାଳ,ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ମହୋଦୟା ସଂଗ୍ରାମଙ୍କ ଏହି ଜଟିଳ ବଥର ଚିକିତ୍ସା ପାଇଁ ତପ୍ତର ଦେଖାଇବା ସହିତ ସାହାଯ୍ୟର ହାତ ବଢାଇଥିଲେ ।ସଂଗ୍ରାମକୁ କଟକ ଏସସିବିରେ ଚିକିତ୍ସିତ କରାଯାଇ ଏହି ସଫଳ ମିଳିଥିଲା । ବର୍ତ୍ତମାନ ସଂଗ୍ରାମ ମଲିକ ସୁସ୍ଥ ହୋଇ ଘରକୁ ଫେରିଛି । ତାର ସୁସ୍ଥତା ପାଇଁ ପରିବାର ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ ଡିବୃନ୍ଦାଡି,ଉପଜିଲ୍ଲା ପାଳ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।ସଂଗ୍ରାମ ମଲିକଙ୍କ ପରିବାର ଗରିବ ଶ୍ରେଣିର ହୋଇଥିବାରୁ ସଂଗ୍ରାମଙ୍କ ପରିବାରକୁ ପ୍ରଧାନମନ୍ତୀ ଆବାସ ଯୋଜନାରେ ଏକ ବାସଗୃହ ଯୋଗାଇବା ସହିତ ସଂଗ୍ରାମକୁ ହଷ୍ଟେଲରେ ରଖି ପଢାଯିବାକୁ ଜିଲ୍ଲାପାଳଙ୍କୁ  ଗଣପ୍ରତିନିଧୂ ମାନେ ନିବେଦନ କରିଛନ୍ତି ।ଚିକିତ୍ସା ପରେ ମଧ୍ୟ ସଂଗ୍ରାମର ଅପ୍ରେସନ ହୋଇଥିବା ବଥ ସ୍ଥାନରେ ସାମାନ୍ୟ ବଥା ହୋଉଥିବା ସଂଗ୍ରାମ ପ୍ରକାଶ କରିଥିବା ଜଣା ପଡିଛି ।ସେ ସମସ୍ତ ପିଲାମାନଙ୍କ ଭଳି ସ୍କୁଲ ଯାଇ ସାଙ୍ଗମାନଙ୍କ ସହିତ ଖେଳ,କୁଦ କରିପାରିବ ବୋଲି କହିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive

Popular Posts