ads

Breaking News

ଷ୍ଟେଟ ବ୍ୟାଙ୍କ ପ୍ରତିଷ୍ଠା ଦିବସରେ ୧୦୦ନିମଚାରା ରୋପଣ


ଓଡ଼ଗାଁ/କୁରାଳ - "ପ୍ରକୃତିକୁ ବଞ୍ଚାଇଲେ ଆମେ ବଞ୍ଚିବା"।ବୃକ୍ଷ ହିଁ ଜୀବନ ଏହାକୁ ପାଥେୟ କରି ଆଜି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୬୫ତମ ପ୍ରତିଷ୍ଠା ଦିବସରେ ,ଏସ.ବି.ଆଇ ଓଡ଼ଗାଁ ତରଫରୁ ଶାଖା ପରିଚାଳକ ମନତୋଷ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏବଂ କୁରାଳ ଗ୍ରା.ପର ନାଥିଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ୧୦୦ଟି ନିମଚାରା ରୋପଣ କରାଯାଇଅଛି ।
ଆଜିର ଏହି ମହତ କାର୍ଯ୍ୟକ୍ରମରେ ହସ୍ପିଟାଲ କର୍ମଚାରୀ ,ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ ,ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ସମୟରେ ସମସ୍ତ ସଭ୍ୟ ମାସ୍କ ପରିଧାନ କରି ସାମାଜିକ ଦୂରତା ରକ୍ଷା କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts