ads

Breaking News

ଓଡ଼ଗାଁ ପଞ୍ଚରିଡା ଏବଂ ମାନପୁରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ


ଓଡ଼ଗାଁ/କୁରାଳ - ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ବଢିବାରେ ଲାଗିଛି । ଆଜି ନୟାଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପଞ୍ଚରିଡା ଏବଂ ମାନପୁର ପଞ୍ଚାୟତର ଅଟନ୍ତି ।
ସୂଚନା ଅନୁଯାୟୀ ଆକ୍ରାନ୍ତଙ୍କ ବୟସ ହାରାହାରି ୨୪ବର୍ଷ ଏବଂ ସେ ନାଭିରେ ଚାକିରୀ କରନ୍ତି ।ଏବଂ ଗତ ୨୪ତାରିଖ ଦିନ ଗାଁକୁ ଫେରିଥିଲେ ସୁଦ୍ଧା ନିଜେ ନିଜକୁ ଗୃହବନ୍ଦୀ କରିରଖିଥିଲେ  ବୋଲି ପଞ୍ଚାରିଡା ମାନପୁର ସରପଞ୍ଚ ମନୋଜ ସାହୁ ସୂଚନା ଦେଇଛନ୍ତି ।ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା କେବଳ ଜଣଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି ବୋଲି ମଧ୍ୟ ସେ କହିଛନ୍ତି ।ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts