ads

Breaking News

କଣ୍ଟେନମେଣ୍ଟ ଜୋନରେ ବାଉଁଶ ବାଡ଼ ଭାଙ୍ଗି ଯାତାୟତ କରୁଛନ୍ତି ଲୋକେ


ଖୋର୍ଦ୍ଧା ---- କଣ୍ଟେନମେଣ୍ଟ ଜୋନରେ ପ୍ରଶାସନର ପକ୍ଷରୁ  କରାଯାଇଥିବା ବାଉଁଶ ବାଡ଼କୁ ଭାଙ୍ଗି  ସଂକ୍ରମିତ ଅଞ୍ଚଳର ଲୋକେ ନିୟମକୁ ଉଲଂଘନ କରି ଯାତାୟତ କରୁଛନ୍ତି। ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆନଗଲେ ଜିଲା ସମେତ ସହରାଞ୍ଚଳରେ ସଂକ୍ରମଣ ସଂଖ୍ୟା ଵୃଦ୍ଧି ପାଇବ । ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତ ଚିହ୍ନଟ ହେଉଥିବା  ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଉଛି।  ସେହି ଅଞ୍ଚଳକୁ କୌଣସି ବାହାର ଲୋକଙ୍କର ପ୍ରବେଶ ଉପରେ ନିଷିଦ୍ଧ କରାଯାଇଛି।ଏପରିକି ଉକ୍ତ ଅଞ୍ଚଳ ଲୋକେ ବାହାରକୁ ବହାରିପାରିବେ ନାହିଁ ବୋଲି କୋଭିଡ-୧୯ ଆଇନ ରହିଛି  । ତେଣୁ ଯେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଛି ସେହି ଅଞ୍ଚଳକୁ ଜିଲା  ପକ୍ଷରୁ ବାଉଁଶ ବାଡ଼ ଦିଆଯାଇ ବ୍ୟାରିକେଟ କରାଯାଉଛି।ଖୋର୍ଦ୍ଧା ପୌରାପରିଷଦରେ  ଜଣେ ପୌର କର୍ମଚାରୀ ଓ ତାଙ୍କ ପୁଅ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ  ଘୋଷଣା କରାଯିବା ସହ ଉକ୍ତ ଅଞ୍ଚଳର ପ୍ରବେଶ ପଥକୁ ବାଉଁଶ ବାଡ଼ରେ ବ୍ୟାରିକେଟ କରାଯାଇ ସିଲ କରିଦିଆଯାଇଛି। ହେଲେ ଉକ୍ତ ବାଉଁଶ ବାଡ଼କୁ ଭଙ୍ଗା ଯାଇଥିବା ବେଳେ ଲୋକ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ପୁଲିସ ବିଭାଗ ପକ୍ଷରୁ ଜଣେ ମାତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେଠାରେ ପୋଲିସ ବାବୁ ମାନଙ୍କର ଦେଖା ନାହିଁ ।
ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର

ads

Blog Archive

Popular Posts