ads

Breaking News

କୋଭିଡ ନିୟମ ଉଲଂଘନ କାରୀ ହୋଟେଲ ଓ ଢାବା ସିଲ କଲା ଜିଲ୍ଲା ପ୍ରଶାସନ



ବରଗଡ଼ ---ସାରା ବିଶ୍ୱ ଏବେ କରୋନା ମହାମାରୀ ସଂକ୍ରମଣରେ ଛନ୍ଦି ହୋଇ ପଡିଛି ।  ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଛି। ଯାହା ବୁଧବାର ଦିନ ଅତାବିରା ଏନଏସିରେ ଜଣେ ୫୦ବର୍ଷୀୟା ମହିଳା କରୋନା ସଂକ୍ରମଣ ହୋଇ ପଜିଟିବ ଚିହ୍ନଟ ହୋଇଛନ୍ତି ।  ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନଏସି ଅଞ୍ଚଳରେ ପ୍ରଥମ ଥର ପଜିଟିବ ଚିହ୍ନଟ ହେବା ପରେ ସହରାଞ୍ଚଳ ଓ ଏନଏସି ଅଞ୍ଚଳବାସୀଙ୍କ ଚିନ୍ତା ବୃଦ୍ଧି ପାଇବା ସହ ସରକାରଙ୍କ ସବୁ ସୁବିଧା ଥାଇ ମଧ୍ୟ ଏପରି ଅବ୍ୟବସ୍ଥା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଛି। 
ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଭିଡ ନିୟମକୁ ଉଲଂଘନ କରି ହୋଟେଲରେ ଖାଇବାକୁ ଦେଉଥିବା ଓ ଢାବା ରେ ମଦ ବିକ୍ରି କରୁଥିବା ବେଳେ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଚଢ଼ାଉ କରି ହୋଟେଲ ଓ ଢାବା ଗୁଡିକୁ ସିଲ କରାଯାଇ ମଦ ଜବତ କରିବା ସହ ଯେ ପର୍ଯ୍ୟନ୍ତ ଅନୁମତି ନ ମିଳିବ ସେ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କଡା ତାଗିଦ କରାଯାଇଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.....

ads

Blog Archive

Popular Posts