ads

Breaking News

ଖୋଲା ଆକାଶ ତଳେ ୧୪ହଜାର ୫ଶହ ଧାନ ପ୍ୟାକେଟ ଧାନ ପଡିଛି


ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଆର ଏମ୍ ସି ଅଧିନସ୍ଥ ପପଙ୍ଗା ଧାନମଣ୍ଡି ଠାରେ ଖୋଲା ଆକାଶ ତଳେ ଭଗବାନଙ୍କ ଭରଷାରେ ୧୪ହଜାର ୫ଶହ ଧାନ ପ୍ୟାକେଟ  ପଡ଼ିରହିଛି । ଏଠାରେ କୋଟି କୋଟି ଟଙ୍କାରେ ନିର୍ମିତ କଭରସେଟରେ ମଧ୍ୟ ଧାନ ଭିଜିଯାଉଛି। ଖୋଲା ଆକାଶ ତଳେ ପଡିଥିବା ରହିଥିବା ଧାନ କଥା ନକହିବା ଭଲ । ଚିରା ତାରପୋଲିନ ଯୋଗୁଁ ଭିଜା ଧାନ ଗଜା ହେବାକୁ ବସିଲାଣି। ତେବେ ସରକାର ଚାଷୀଙ୍କ ଧାନ ଗୁଡିକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଭରସେଟ ତଥା ତାରପୋଲିନ ମାନ ଯୋଗାଇ ଦେଉଛନ୍ତି। ହେଲେ ଏଠି ନୂଆ ତାର ପୋଲିନ ଜାଗାରେ ଚିରା ତାରପୋଲିନ ଯୋଗୁଁ ଚାଷୀ ଯଥା ସମ୍ଭବ ନିଜର ତାରପୋଲିନ ଆଣି ନିଜେ ଅମଳ କରିଥିବା ଧାନକୁ ଜଗି ରହି ଚିନ୍ତାରେ ନିଦ ହଜିଯାଇଛି। ବର୍ତ୍ତମାନ ୧୪ହଜାର ୪୯୭ ପ୍ୟାକେଟ ଧାନ ପଡିରହିଛି।। କେବେ ଧାନ ଉଠିବ, ଚାଷୀ ଧାନ ବିକିଲା ପରେ ପୁଣି ଖରିଫ ଋତୁ ଧାନ ଚାଷ କରିବ ଏହି ଚିନ୍ତା ରେ ଚାଷୀ । ଦେଖାଯାଉ ଏ କରୋନା ଭାଇରସ ସମୟରେ ଚାଷୀ ଙ୍କ ଗୁହାରି ଶୁଣୁଛି କିଏ ।

 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive