ads

Breaking News

ବ୍ଳକ ସ୍ଥରୀୟ ଆପାତ କାଳୀନ ବିପର୍ଯ୍ୟୟ ପରିଚାଳନା ସଚେତନତା


ଡେଲାଙ୍ଗ ---  ଆଜି ରାଜ୍ୟ ସ୍ତରୀୟ ଆପାତ କାଳୀନ ବିପର୍ଯ୍ୟୟ ପରିଚାଳନାକୁ  ଡେଲାଙ୍ଗ ବ୍ଳକର ବିଜୁ ପଟ୍ଟନାୟକ ସମ୍ମୀଳନୀ କକ୍ଷରେ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ବିଭାଗର ଭାରପ୍ରାପ୍ତ ଅଧିକାରୀ ହାବିଲଦାର ଜୟରାମ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି, ସହକାରୀ ଅଧିକାରୀଙ୍କ ସହିତ ମିଶନ ଶକ୍ତି ମହିଳା ସଂଘର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ବନ୍ୟା ବାତ୍ୟା, ପ୍ରାକୃତିକ ବିପଯ୍ୟୟ ତଥା ଅଗ୍ନିକାଣ୍ଡ ସମୟରେ କିପରି ଜନସାଧାରଣଙ୍କ ଧନଜୀବନରକ୍ଷା କରିବା ସହ ସୁରକ୍ଷା ଦେଇ ପାରିବା ସେ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ତହସିଲଦାର ରାଜେନ୍ଦ୍ର ଆଚାରିଆ, ବିଡିଓ କ୍ଷୀରେଦ୍ର ପ୍ରଧାନ,ଉପାଧ୍ୟକ୍ଷାଙ୍କ ପ୍ରତିନିଧିକବିନ୍ଦ୍ର ବଳବନ୍ତରାୟ, ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ହାଟ ଡେଲାଙ୍ଗ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, କନିଷ୍ଠ ଯନ୍ତ୍ରୀ ଚିତ୍ରେତ୍ପଳା ନାୟକ, ବିଶ୍ୱ ମୋହନ ପଟ୍ଟନାୟକ ସହିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ବ୍ଳକର କର୍ମଚାରୀ ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆଗ୍ନିକପ୍ରଶାନ୍ତ କୁମାର ସେଠୀ, ବିକେଶ କୁମାର ଭିର, ସାରଦା ପ୍ରସାଦ ଜେନା, ଶ୍ରୀନିବାସ ସାହୁ ଓ ପ୍ରଭାକର ଦାସ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts