ads

Breaking News

ଭାରତୀୟ ଯବାନ ସହିଦଙ୍କ ପାଇଁ ସମୁହ ଦୀପଦାନ

ସାକ୍ଷୀଗୋପାଳ --- ଲଦାଖର ତାଇୱାନ ଉପତ୍ୟାକାରେ ଭାରତ- ଚୀନ ସେନା ମୁହାଁମୁହିଁ ହେବାରୁ ସୀମା ପରିସ୍ଥିତ ସଙ୍ଗୀନ ହୋଇଉଠିଛି । ସୋମବାର ରାତିରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ବିନା ଗୁଳିଗୋଳାରେ ବଡ ଧରଣର ସଂଘର୍ଷ ଘଟିଛି । ଏଥିରେ କର୍ଣ୍ଣେଲ ସମେତ ୨୦ ଜଣ ଭାରତୀୟ ଯବାନ ନିହତ ହୋଇଛନ୍ତି । ଭାରତୀୟ ସେନାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ସାକ୍ଷୀଗୋପିନାଥଙ୍କ ମନ୍ଦିର ଅରୁଣସ୍ତମ୍ଭ ନିକଟରେ ପୂର୍ଣ୍ଣାନନ୍ଦ ତ୍ରିପାଠୀ, ଅମର ଶତପଥୀ, ଆଲୋକ ଖୁଣ୍ଠିଆ, ଅଶୋକ ବେହେରା, ତୁଷାର ରଞ୍ଜନ ନାୟକ, ପ୍ରଭାତ କୁମାର ମିଶ୍ର, ହୃଷିକେସ ମହାପାତ୍ର, କିଶୋର ମହାପାତ୍ରଙ୍କ ସହ ସେବାୟତ ମାନେ ମିଳିତ ହୋଇ ଦୀପ ପ୍ରଳ୍ୱଳନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts