ads

Breaking News

ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ପଦଯାତ୍ରା



ଧରାକୋଟ----   ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରଦାନ ନେଇ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସତ୍ୟବ୍ରତ ଦାସ ସୋମବାର ଅପରାହ୍ନରେ ଧରାକୋଟ ବ୍ଲକରେ ପହଞ୍ଚିଛନ୍ତି ।ଧରାକୋଟ ପହଞ୍ଚିବା ପରେ ସ୍ଥାନୀୟ  ବିଡିଓ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଦୀର୍ଘ ୩୨୬ଦିନ ଧରି ପଦଯାତ୍ରାରେ ଆଜି ପଯ୍ୟନ୍ତ ୧୮୪ଟି ବ୍ଲକ କୁ ପହଞ୍ଚି ବ୍ୟକ୍ତିଗତ ଭାବେ ସମସ୍ତ  ବିଡିଓ ମାନଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି।ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ  ୨୦୧୯ ଜୁଲାଇ ୧୦ ରୁ ନିଜର ପଦଯାତ୍ରାରେ ବାହାରି ଅଦ୍ୟାବଧି ସେ ପାଞ୍ଚ ହଜାରରୁ ଉଦ୍ଧ ପଥ ଅତିକ୍ରମ କରିସାରିଲେଣି।ସତ୍ୟ ବ୍ରତଙ୍କ ଦାବି ପତ୍ରରେ ମୁଖ୍ୟତଃ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି,ମହାନଦୀର ଜଳ ସମସ୍ୟା ର ସମାଧାନ ଓ ପୋଲାଭରମ ପ୍ରକଳ୍ପ ସମସ୍ୟା ର ସମାଧାନ ବିଷୟ ଉଲ୍ଲେଖ ରହିଛି।
          ଧରାକୋଟ ରୁ କାଳୁ ଚରଣ ମହାପାତ୍ର

ads

Blog Archive

Popular Posts