ads

Breaking News

ଚନ୍ଦାହାଣ୍ଡି ଘାଟିରେ ଟ୍ରକ ଓଲଟି ୨ ମୃତ


ଝରିଗାଁ ------ବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଟ୍ରକ ଓଲଟି ଦୁଇ ମୃତ। ଏକ ପାଇପ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିଯିବାରୁ ଏହି ଦୁର୍ଘଟଣା ହୋଇଛି। ହେଲେପର ଓ ଡ୍ରାଇଭାରଙ୍କର ଘଟଣାରସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଝରିଗାଁ’ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଂଚି ଡ୍ରାଇଭର ମୃତଦେହ ଉଦ୍ଧାର କରିବା ସହ ହେଲପରଙ୍କର ମୃତ ଦେହ ପାଇପ୍ ଭିତରେ ଚାପି ହୋଇ ରହିଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫ଟା ସମୟରେ ଗୁଜୁରାଟରୁ ଚନ୍ଦାହାଣ୍ଡି ବ୍ଲକ୍ ସ୍ଥିତ ତେଲନଦୀ ପାନୀୟ ଜଳ ପ୍ରକଳ୍ପ ଦେଇ ଏକ ଟ୍ରକ୍ ପ୍ଲାଷ୍ଟିକ୍ ନେଇ ଚନ୍ଦାହାଣ୍ଡି ଅଭିମୁଖେ ଯାଉଥିଲା। ହେଲେ ଘାଟି ନିକଟରେ ଟ୍ରକ୍ ଭାରସାମ୍ୟ ହରାଇ ୩୦ଫୁଟ୍ ତଳକୁ ଖସି ପଡ଼ିଥିଲା। ଟ୍ରକ୍ରେ ଥିବା ଗ୍ୟାସ୍ ଓ ପାଇପ୍ ମଧ୍ୟ ଅଗ୍ନି ସଂଯୋଗରେ ଆସି ଜଳିଯାଇଥିଲା। ଏ ସମ୍ପର୍କରେ ଖବର ପାଇଁ ଘଟଣାରସ୍ଥଳରେ ଝରିଗାଁ’ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଦୀର୍ଘ ୨ଘଣ୍ଟା ପରେ ଡ୍ରାଇଭରଙ୍କର ମୃତଦେହ ଉଦ୍ଧାର କରିଥିଲେ । ହେଲପର ପାଇପରେ ଚାପି ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଝରିଗାଁ’ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ ଗୁଜୁରାଟରୁ ଦୁଇଟ ଟ୍ରକ୍ ବାହାରିଥିଲା ପାଇପ୍ ନେଇ । ଗୋଟିଏ ଟ୍ରକ୍ ଘାଟି ପାର୍ ହୋଇଥିଲା ହେଲେ ପଛରେ ଥିôବା ଟ୍ରକ ଭାରସାମ୍ୟ ହରାଇ ଘାଟିର ତଳକୁ ଖସି ପଡ଼ିଥିଲା।

ads

Blog Archive