ads

Breaking News

ଡାହାଣେଶ୍ୱର ସାଂସ୍କୃତିକ ଓ ଗ୍ରାମ୍ୟ ବିକାଶ ପରିଷଦର କର୍ମକର୍ତ୍ତା ଚୟନ

ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ଡାହାଣେଶ୍ୱର ସାଂସ୍କୃତିକ ଓ ଗ୍ରାମ୍ୟ ବିକାଶ ପରିଷଦର ଏକ ବୈଠକ ଡାହାଣ ଡିହଠାରେ ଅନୁଷ୍ଠିତ ହୋଇଯାଇଛି ।  ସାମାଜିକ ଦୁରତା ରକ୍ଷା କରି ସମସ୍ତ କର୍ମକର୍ତ୍ତା ମାନେ ମାସ୍କ ବ୍ୟବହାର କରିବା ସହ ହାତକୁ ସାନିଟାଇଜି କରିବା ପରେ ବୈଠକରେ ଯୋଗ ଦେଇଥିଲେ । ଗ୍ରାମର ସାଂସ୍କୃତିକ ସୁରକ୍ଷା, ପ୍ରାଥମିକ ଶିକ୍ଷାର ଅଗ୍ରଗତି, ବିଭିନ୍ନ ଦେବସ୍ଥଳୀର ଉନ୍ନତି ସହ ଗ୍ରାମରେ ବୃକ୍ଷ ରୋପଣ ଉପରେ ବୈଠକରେ ଆଲେଚନା  କରାଯାଇଥିଲା । ପରେ ପରେ ଆସନ୍ତା ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ବୈଠକରେ ଯୋଗ ଦେଇଥିବା ସମସ୍ତ ସଭ୍ୟ ମାନଙ୍କ ସହମତିରେ ପରିଷଦର ପୃଷ୍ଠପୋଷକ ଭାବେ ଲକ୍ଷ୍ମୀନାରାୟଣ ସ୍ୱାଇଁ ରହିଥିବା ବେଳେ ସଭାପତି ଭାବେ ବିଜୟ କୁମାର ପରିଡା, ଉପସଭାପତି ପ୍ରମୋଦ କୁମାର ପରିଡା, ସମ୍ପାଦକ ଭାବେ ନିହାର ରଞ୍ଜନ ସ୍ୱାଇଁ, କାର୍ଯ୍ୟକାରୀ ସମ୍ପାଦକ ଭାବେପ୍ରକାଶ ଚନ୍ଦ୍ର ବାରିକ, ସାଂସ୍କୃତିକ ସମ୍ପାଦକ ଶଚିକାନ୍ତ ବିଶ୍ୱାଳ ଓ କୋଷାଧ୍ୟକ୍ଷ ଭାବେ ଶିବ ସ୍ୱାଇଁ ମନୋନୀତ ହୋଇଥିଲେ । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ତିନୋଟି ଚମ୍ପା ଗଛ ରୋପଣ କରାଯାଇଥିଲା । ଶେଷରେ ଗ୍ରାମ ଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧.୫ କିଲୋମିଟର ରାସ୍ତା କାମ କରାଯିବ ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ ପ୍ରତିଶୃତି ଦେଇଥିବାରୁ ପରିଷଦ ପକ୍ଷରୁ ବିଧାୟକଙ୍କୁ ସାଧୁବାଦ ଦିଆଯାଇଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts