ads

Breaking News

ପିପିଲିର ତିନି ଗାଁ ୧୦ ଦିନ ପାଇଁ ସଟ୍ ଡାଉନ


ପିପିଲି-- ପିପିଲି ଦାନଗୋହୀରର ଜଣେ କରୋନା ପଜିଟିଭ୍ ଜଣାପଡିବା ପରେ, ପୁରୀ ପ୍ରଶାସନ ବଡ ପଦକ୍ଷେପ ନେଇଛି । ପିପିଲି ବ୍ଲକ ଦାନଗୋହୀର, ଜୟପୁର ଶାସନ ଓ ଜୟପୁର ଛକକୁ ୧୦ ଦିନ ପାଇଁ ଜିଲ୍ଲାପାଳଙ୍କ ତରଫରୁ ଘୋଷଣା କରାଯାଇଛି । ଏପ୍ରିଲ୍ ୪ ତାରିଖ ସକାଳ ୭ଟାରୁ ଏହି ସଟ୍ ଡାଉନ୍ ଆରମ୍ଭ ହୋଇ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡିଛି ।
ଏହି ସମୟ ମଧ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହ ମେଡିସିନ ଦେକାନ ବନ୍ଦ ଘୋଷଣା କରାଯାଇଛି । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଉପସ୍ଥିତିରେ ଦାନଗୋହୀର, ଜୟପୁର ଛକ ଓ ଜୟପୁର ଶାସନ ଛକରେ ବାଉଁଶ ବାନ୍ଧି ଗାଁ ରାସ୍ତାକୁ ସିଲ୍ କରାଯାଇଛି । ସରକାରୀ କଟକଣା ମୁତାବକ, ଗାଁରୁ କାହାକୁ ବାହାରକୁ ଛଡାଯିବ ନାହିଁ ଓ ଗାଁ ଭିତରକୁ କାହାରିକୁ ପ୍ରବେଶ ଅନୁମତି ନାହିଁ । ପୁରୀ ଜିଲ୍ଲାପାଳଙ୍କ ଅର୍ଡର ନମ୍ବର ୧୫୨୬ରେ ଏନେଇ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ପୁରୀ ଅତିରିକ୍ତ ଏସପି ଅରୁଣ ଜେନା, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ପ୍ରମୁଖ ସଟ୍ ଡାଉନ୍ ଘୋଷିତ ଇଲାକାରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି ।
ପିପିଲିରୁ ବିଜୟ କୁମାର ମହାପାତ୍ର


ads

Blog Archive