ବହୁ ବିଳମ୍ବରେ ହୁମର ଗ୍ରାମରେ ବଣ୍ଟନ ହେଲା ରାଶନ ସାମଗ୍ରୀ
ଡେଲାଙ୍ଗ---- ରାଜ୍ୟରେ କରୋନା ଯୋଗୁ ସବୁଆଡେ ଲକ ଡାଉନ ଜାରି ହୋଇଛି । ଏହାକୁ ନଜର କରି ରାଜ୍ୟ ସରକାର ୩ମାସ ପାଇଁ ଅଗ୍ରୀମ ରାଶନ ସମାଗ୍ରୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଶନ ସାମଗ୍ରୀ କେନ୍ଦ୍ର ଗୁଡିକରେ ଭିଡ ପରିଲକ୍ଷିତ ହେବାରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଶେଷରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀ ମାନଙ୍କ ଘର ପାଖରେ ରାଶନ ସାମଗ୍ରୀ ପ୍ରଦାନ ପ୍ରକିୟା ଆରମ୍ଭ କରିଛନ୍ତି । ଡେଲାଙ୍ଗ ବ୍ଳକରେ ବହୁ ବିଳମ୍ବରେ ରାଶନ ସାମଗ୍ରୀ ବଣ୍ଟନ କରାଯାଉଛି ବୋଲି ଅଭିଯୋଗ ମାନ ହେଉଛି । କାରଣ ଏଠାରେ ବ୍ଳକ ଯୋଗାଣ ବିଭାଗ ଅଧିକାରୀଣିଙ୍କ ମନମୁଖୀ ଓ ପିସି ନ ଦେବାରୁ ଡିଲର ମାନଙ୍କୁ ରାଶନ ସାମଗ୍ରୀ ଉଠାଇବାକୁ ଅନୁମତି ଦେଉନଥିବା କେତକ ଡିଲର ମାନେ କହନ୍ତି । ଏପରିକି ଅଖା ପଇସା ଡିଲର ମାନଙ୍କ ଠାରୁ ଆଦାୟ କରାଯାଉଥିବା କିଛି ଡିଲର ସେମାନଙ୍କ ନାମ ଗୋପନ ରଖି କହନ୍ତି । ସେ ଯାହା କିଛି ହେଉନା କାହିଁକି ଡିଲର ରାଜ କିଶୋର ସ୍ୱାଇଁଙ୍କ ପ୍ରଚେଷ୍ଠାରେ ହୁମର ଗ୍ରାମରେ ରାଶନ ସମାଗ୍ରୀ ବଣ୍ଟନ ଆରମ୍ଭ ହୋଇଛି । ଏହି ରାଶନ ସାମଗ୍ରୀ ବଣ୍ଟକ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ଶିକ୍ଷକ ମନୋରଞ୍ଜନ ଜେନା । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ସମ୍ପର୍କରେ ନଜର ଦେବାକୁ ଡେଲାଙ୍ଗ ଅଞ୍ଚଳ ବାସୀ ଦାବି କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି


