ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନି ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ
ପୁରୀ----ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ତିନି ରଥ କାଠ ଚିରଟ ପ୍ରକ୍ରିୟା ପରମ୍ପରା କ୍ରମେ ରାମ ନବମୀ ତିଥିରେ ଆରମ୍ଭ ହୋଇଛି । କଟକର ଖପୁରିଆ ସରକାରୀ କରତ କଳରେ ଏହି କାଠ ଚିରଟ କରାଯିବ । ସେଥିପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଓ ମହାପ୍ରସାଦ ଯିବା ପରେ ଚିରଟ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ଗୁରୁବାର ଏଥିପାଇଁ ରଥ ନିର୍ମାଣ ତତ୍ବାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ବରେ ତିନି ଜଣିଆ ଟିମ କଟକ ଯାଇଛନ୍ତି । ସେଠାରେ କାଠ ପୂଜା ପରେ ତିନିଟି ଧଉରା କାଠ ପ୍ରଥମେ ଚିରଟ କରାଯିବ । ତେବେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ନେତ୍ରୋତ୍ସବରେ ତିନି ରଥ ନିର୍ମାଣ ଶେଷ ହେବ ।ଅନ୍ୟପଟେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ବନ୍ଦ ପରେ ଘୋଷଯାତ୍ରାକୁ ନେଇ ମଧ୍ୟ ସମାନ ଆଶଙ୍କା ରହିଛି। ତେବେ ତିନି ରଥର ତତ୍ବାବଧାରକ ସୁଦର୍ଶନ ମେକାପ କିନ୍ତୁ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।
ପୁରୀ ରୁ ଜୟନ୍ତ କୁମାର ସେଠୀ



