ads

Breaking News

ଶ୍ରୀମନ୍ଦିର ର ଦଇତାପତି ନିଯୋଗ ପକ୍ଷରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଦାନ


ପୁରୀ----- କ ରୋନା ମହାମାରୀ ନେଇ ରାଜ୍ୟ ସରକାର ଲଢେ଼ଇ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ବ୍ୟବସ୍ଥା କରିଛନ୍ତି। ତେବେ ଏହି ବିପତ୍ତି ବେଳେ ରାଜ୍ୟ ବାସୀ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଅର୍ଥ ଦାନ କରିବା ପାଇଁ ସରକାର ଆହ୍ୱାନ ଦେଇଛନ୍ତି। ଏହି ଆହ୍ୱାନ କୁ ଗ୍ରହଣ କରି ଶ୍ରୀମନ୍ଦିର ର ଦଇତାପତି ନିଯୋଗ ପକ୍ଷରୁ ଏକ ଲକ୍ଷ ୫୧ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଦାନ କରାଯାଇଛି। ଏହି ଅର୍ଥ କ ରୋନା ମୁକାବିଲା ରେ ରାଜ୍ୟ ସରକାରଙ୍କ ପାଇଁ ନିଶ୍ଚିତ ସହାୟତା ଯୋଗାଇବା ବୋଲି ଦଇତାପତି ନିଯୋଗ ଆଶା ରଖିଛି। ସେହିପରି ରାଜ୍ୟ ବାସୀ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ ନିଜ ସାଧ୍ୟ ମୁତାବକ ଅର୍ଥ ଦାନ କରିବା ପାଇଁ ଦଇତାପତି ନିଯୋଗ ପକ୍ଷରୁ ନିବେଦନ କରାଯାଇଛି। ଦଇତାପତି ନିଯୋଗ ର ସମ୍ପାଦକ ଦୁର୍ଗାଦାସ ମହାପାତ୍ର ଙ୍କ ନେତୃତ୍ୱରେ ବରିଷ୍ଠ ଦଇତାପତି ମାନେ ଆଜି ପୁରୀ ଜିଲାପାଳ ବଲବନ୍ତ ସିଂ ଙ୍କୁ ଭେଟି ଏକ ଲକ୍ଷ  ୫୧ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ କୁ ଦାନ କରିଛନ୍ତି।
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive